ବାଲ୍ୟ ବିବାହକୁ ନା ‘କରିବା ୧୦୦, ୧୦୯୮, ଓ ୧୮୧ କୁ ଡାଏଲ କରିବା ଉପରେ ଲୋକନୃତ୍ୟ କାର୍ଯ୍ୟକ୍ରମ ………………………….
ଟିକାବାଲି -: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସମନିତ୍ୱ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଟିକାବାଲି ଓ ଚକାପାଦ ତରଫରୁ ଟିକାବାଲି ବ୍ଲକର ଡାମିଗୁଡା, ପେନାଗାବେରୀ, ଡ଼ଙ୍ଗାଏଜୁ, ଦାସାଗୁଡା, ଟିକାବାଲି, ଓ ଚକାପାଦ ବ୍ଲଜର ଅଲାର ସାହି, ନନ୍ଦିନୀ, ଚକାପାଦ, ଶଙ୍କରାଖୋଲା, ବପଲନେଣ୍ଡି(ଏଲ )ଏହିପରି ୧୦ ଗୋଟି ଗ୍ରାମରେ ବାଲ୍ୟବିବାହ, ଶିଶୁସୁରକ୍ଷା, ଓ କିଶୋରୀ ବାଳିକା ଜନ ସଚେତନତା ଲୋକନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା,ଏଥିରେ କମ୍ ବୟସରେ ବିବାହ ହେଲେ ଛୁଆଁ ଜନ୍ମ ବେଳେ ଅସୁବିଧା ହୁଏ, ରକ୍ତ ହୀନତା ରୋଗ ଦେଖାଦିଏ, ବିକଳାଙ୍ଗ କିମ୍ବା ଦୁର୍ବଳ ଛୁଆଁ ଜନ୍ମ ହେବାର ସମ୍ବାବନା ଥିବା ସହିତ ମା ମଧ୍ୟ ମୃତ୍ୟୁ ହେବା ଆଶଙ୍କା ଥାଏ, ସେହିପରି କିଶୋରୀ ବାଳିକା ଙ୍କୁ ସାନିଟେରୀ ପେଡ ବ୍ୟବହାର, ବି ଏମ୍ ଆଇ ହିମୋଗ୍ଲୋବିନ,ଏମ୍ ଏସ.ପି.ୱାଇ ଯୋଜନା, ଅଦ୍ଵିକା ଯୋଜନା, ଇଫ୍ହା ଟାବଲେଟ ସେବନ କରିବା ଏବଂ ନିଜକୁ ସଫା ସୁତାରା ରଖିବା ଉପରେ ସଚେତନ କରିଥିଲେ ଝିଅର ବୟସ ୨୧ ଓ ପୁଅର ବୟସ ୨୫ ରୁ ଉର୍ଦ୍ଧ ହେଲେ ବିବାହ ଯୋଗ୍ୟ ହୋଇଥାଏ, ଯଦି ଏ କ୍ଷେତ୍ରରେ ତ୍ରୁଟି ଦେଖାଦିଏ ତେବେ ୧୦୦ ନମ୍ବର -ପୋଲିସି ଷ୍ଟେସନ, ୧୦୯୮ -ଶିଶୁ ହେଲ୍ପ ଲାଇନି,ଓ ମହିଳା ହେଲ୍ପ ଲାଇନି ୧୮୧ କୁ ଫୋନ ଯୋଗେ ବାର୍ତା ଦେବାକୁ ସଚେତନ କରିଥିଲେ, ବନବାସୀ କଳା ସାଂସ୍କୃତିକ ପରିଷଦ ର କଳାକାର ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଲ, ମୋହନ ମୁରଲୀ, ସୁଜତା, ସମୀର,ଲାଡଲି, ଓ ସ୍ନେହା ଏହିପରି କଳାକାର ବୃନ୍ଦ ଅତି ସୁନ୍ଦର ଭାବରେ ବିଷୟ ବସ୍ତୁ ଉପରେ ସଚେତନ କରିଥିଲେ l
