ଧସିଲା କଳିଙ୍ଗା ଜାତୀୟ ରାଜପଥ ଯାନବାହାନ ଯାତାୟାତ ଠପ,କଳିଙ୍ଗା ଘାଟିର ସୁରକ୍ଷା ପ୍ରତି ଏତେ ଅବହେଳା କାହିଁକି ?…..
.କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା କଳିଙ୍ଗ ଘାଟିର ବିପଦପୂର୍ଣ୍ଣ ସ୍ଥିତି ସମ୍ପର୍କରେ ପ୍ରାୟ ୪/୫ ବର୍ଷ ତଳେ ମଧ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମାଜସେବୀ, ବୁଦ୍ଧିଜୀବି, ଗଣମାଧ୍ୟମ,ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ତାହା ସଫଳତା ମିଳୁନାହିଁ । ଘାଟିର ଅତ୍ୟନ୍ତ ବିପଦଜନକ ସ୍ଥାନକୁ ପ୍ରଶସ୍ତ ଓ ସୁରକ୍ଷିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ ଏକ ଅନଭିଜ୍ଞ ଠିକା ସଂସ୍ଥାକୁ ଦେବା ନେଇ ସେତେବେଳେ ପୂର୍ବ ବର୍ଷ ମଧ୍ୟ ପ୍ରଶ୍ନ ଉଠାଇଥିଲି ।ଦୁଃଖର ବିଷୟ, କଳିଙ୍ଗ ଘାଟିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବିପଦପୂର୍ଣ୍ଣ ସ୍ଥାନରେ ପ୍ରାୟ ୫/୬ ବର୍ଷ ଧରି କାମ ଚାଲିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରିନାହିଁ । ନିମ୍ନମାନର କାମ ଯୋଗୁଁ ବାରମ୍ବାର ପଥର ଭୁଶୁଡ଼ି ପଡ଼ୁଛି ଏବଂ ରାସ୍ତାର ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି ହେଉଛି ।ଗତ ୩/୪ ଦିନ ଧରି ବର୍ଷାର ପୂର୍ବାନୁମାନ ଥିବା ସତ୍ତ୍ୱେ, ମରାମତି ହେଉଥିବା ସ୍ଥାନକୁ ବର୍ଷା ଓ ଭୂସ୍ଖଳନରୁ ସୁରକ୍ଷିତ ରଖିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଆବଶ୍ୟକ ପ୍ରତିରୋଧକ ବ୍ୟବସ୍ଥା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଫଳସ୍ୱରୂପ, ଆଜି ପୁନର୍ବାର ପଥର ଯୋଡ଼ାଯାଇଥିବା ସ୍ଥାନ ଭୁଶୁଡ଼ି ପଡ଼ିଛି ।ବର୍ତ୍ତମାନ ଏହି ସ୍ଥାନଟି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି । ଯାନବାହନ ଚଳାଚଳ ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ।ଏହି ଝଡ଼ ବର୍ଷ ରେ ଯାତାୟାତ ପାଇଁ ୨ ଦିନ ସମ୍ପୂର୍ଣ୍ଣ ଭବାରେ କନ୍ଧମାଳ ଜିଲ୍ଲାପାଳ ବନ୍ଦ ନିର୍ଦେଶ ଦେଇ ଆଜି ନିଜେ ମଧ୍ୟ ଉକ୍ତ ସ୍ଥାନ ରେ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି l ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମୋର ଦୃଢ଼ ଅନୁରୋଧ—🔹 ମରାମତି କାର୍ଯ୍ୟର ଗୁଣବତ୍ତାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।🔹 ଦାୟୀ ଠିକା ସଂସ୍ଥା ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯାଉ ।🔹 ଘାଟି ଓ ପାହାଡ଼ ଅଞ୍ଚଳରେ ଅଭିଜ୍ଞତା ଥିବା ଯୋଗ୍ୟ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଉ ।🔹 ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗ ଘାଟିର ଏହି ବିପଦପୂର୍ଣ୍ଣ ସ୍ଥାନକୁ ସ୍ଥାୟୀ ଭାବେ ସୁରକ୍ଷିତ କରାଯାଉ । ଏହା କନ୍ଧମାଳବାସୀଙ୍କ ଦାବୀ l
