ଅର୍ଦ୍ଧନିର୍ମିତ ଶିଶୁ ଉଦ୍ୟାନ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ।

ଅର୍ଦ୍ଧନିର୍ମିତ ଶିଶୁ ଉଦ୍ୟାନ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ।

*ଅର୍ଦ୍ଧନିର୍ମିତ ଶିଶୁ ଉଦ୍ୟାନ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ।

ଗଜପତି,୧୪.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ବସଷ୍ଟାଣ୍ଡର ଅନତି ଦୂରରେ ପୌର ପରିଷଦ ପକ୍ଷରୁ ନିର୍ମିତ ଶିଶୁ ଉଦ୍ୟାନର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ଏହା ଏବେ ଶିଶୁମାନଙ୍କ କାମରେ ଆସିପାରୁନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଦ୍ୟାନ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସେହି ସ୍ଥାନରେ ସୂଚନା ଫଳକ ମଧ ସ୍ଥାପନ କରାଯାଇନାହିଁ। ଫଳରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ବୁଦ୍ଧିଜୀବୀ ସନ୍ଦେହ ପ୍ରକାଶ କରିଛନ୍ତି।ଉଦ୍ୟାନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ରହିବା ଫଳରେ କିଛି ଅସାମାଜିକ ବ୍ୟକ୍ତି ଏହି ସ୍ଥାନକୁ ମଦ୍ୟପାନ ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି। ଫଳରେ ଏହି ସ୍ଥାନର ପରିବେଶ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପକ୍ଷରେ, ଶିଶୁ ଉଦ୍ୟାନର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନହେବା ଏବଂ ନିର୍ମାଣ ପରେ ମଧ୍ୟ ଏହା ବ୍ୟବହାରଯୋଗ୍ୟ ହୋଇନପାରିବାକୁ ନେଇ କେତେକ ବୁଦ୍ଧିଜୀବୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା କିମ୍ବା ଅର୍ଥ ବ୍ୟବହାରରେ ସ୍ୱଚ୍ଛତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ମତାମତ ଜାଣିବା ପାଇଁ ଦୂରଭାଷ ଯୋଗେ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।ଶିଶୁମାନଙ୍କ ମନୋରଞ୍ଜନ ଓ ସୁସ୍ଥ ପରିବେଶ ପାଇଁ ନିର୍ମିତ ଏହି ଉଦ୍ୟାନର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ଏହାକୁ ଜନସାଧାରଣଙ୍କ ବ୍ୟବହାରଯୋଗ୍ୟ କରିବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ବ୍ୟୟ ନେଇ ଆବଶ୍ୟକ ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି।