ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମରେ ବାଡ଼ି ପଟ କବାଟ ଭାଙ୍ଗି ଚୋରୀ କରିଛନ୍ତି ଦୁର୍ବୁତ୍ତ I ଘରେ କେହି ନଥିବା ସୁଯୋଗ ନେଇ ଘରପଛ କବାଟ ଭାଙ୍ଗି ଗ୍ରାମର ସଦାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କ ଘରୁ ତିନି ଭରି ସୁନା ,କୋଡ଼ିଏ ଭରି ରୂପା ଓ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁସାରେ ସଦାନନ୍ଦ ପତି ତାଙ୍କ ପରିବାର ସହ ତିନି ଦିନ ହେଲା ନିଜ ଶଶୁର ଘରକୁ ଯାଇଥିଲେ l ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ପଛ କବାଟ ଭାଙ୍ଗି ଘର ଭିତରେ ଥିବା ଆଲମାରୀ ରୁ ୨ ଭରିର ରାଣୀହାର,ଏକ ଭରି ଓଜନର ମଙ୍ଗଳ ସୁତ୍ର ସମେତ ୨୦ ଭରିର ରୂପା ଅଳଙ୍କାର,ନଗଦ ୭୫ ହଜାର ଟଙ୍କା ଘରର ଅନ୍ୟାନ୍ୟ ଦାମୀ ଆସବା ପତ୍ର ଚୋରି କରି ନେଇଯାଇଛନ୍ତି l ସକାଳୁ ଘର କବାଟ ଖୋଲା ରହିଥିବା ନେଇ ପଡୋଶୀଘର ଲୋକେ ଖବର ଦେବା ପରେ ସଦାନନ୍ଦ ପତି ଓ ତାଙ୍କ ପରିବାରର ଲୋକେ ଘରକୁ ଫେରି ଥିଲେ l ଘରୁ ଚୋରି ହୋଇଥିବା ନେଇ ଜାଣିବା ପରେ ଧରାକୋଟ ଥାନା ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମରେ ବାଡ଼ି ପଟ କବାଟ ଭାଙ୍ଗି ଚୋରୀ କରିଛନ୍ତି ଦୁର୍ବୁତ୍ତ I
