#ମୂମୂର୍ଶୁ_ଅବସ୍ଥାରେ_ପଡ଼ିଥିବା_ବୃଦ୍ଧାଙ୍କୁ_ଉଦ୍ଧାର_କଲା_ନିଷ୍ଠା_ପରିବାର
ବରଗଡ(ଭବାନୀ ଶଙ୍କର ପାଢ଼ୀ) ତା-୨୩-୦୯-୨୦୨୬ରିଖ (ବୁଧ ବାର)ଲଳିତା ନାଗ ବୟସ ୬୫ବର୍ଷ ରୁ ଉର୍ଦ୍ଧ୍ୱ ହେବ,ସମ୍ବଲପୁର ଜିଲ୍ଲା. ଗୋଶାଳା ପାଖରେ ଥିବା ବୈଜା ମୁଣ୍ଡା ର ଗୋଟିଏ ମିଲ୍ ପଡ଼ା ର ଏକ ଜରାଜୀର୍ଣ୍ଣ କୋଠରୀ ରେ ସେ ରହୁ ଥିଲେ, ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ ତାଙ୍କ ପରିବାର ଲୋକ ମଧ୍ୟ ଅଛନ୍ତି, ହେଲେ ଅସହାୟ ଅବସ୍ଥା ରେ ପଡି ରହି ଥିବା ଦେଖି ନିଜ ଘର ଲୋକ ମଧ୍ୟ ଯିବା ଆସିବା କରୁ ନାହାନ୍ତି,ସେ କିଛି ଦିନ ହେଲା ଘରେ ଏକା ରହୁ ଥିଲେ.ପଡୋଶୀ ଲୋକ ତାଙ୍କର ଦେହ ଅସୁସ୍ଥ ହୋଇ ଥିବାର ଦେଖି ବହୁ ଲୋକଙ୍କୁ ଖବର ଦେଇ।ଥିଲେ କିନ୍ତୁ କେହି ତାଙ୍କର କଥା ଶୁଣି ନ ଥିଲେ, ଲଳିତା ନାଗ କହିଲେ ପଡା ର ସମସ୍ତେ ଭଲ ଭାବରେ ଜାଣିଛନ୍ତି, ଏ ଖବର ନିଷ୍ଠା ପରିବାର ପାଇବା ପରେ ଆମ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଦୀନେଶ ପ୍ରଧାନ ସେ ଜାଗା କୁ ପହଞ୍ଚିଥିଲେ ଓ ଗୋଶାଳା ର ସନ୍ତୋଷ ବାଗ ଓ ବବିତା ବାଗ ତାଙ୍କୁ ସହଯୋଗ କରିଥିଲେ।ଅତ୍ୟନ୍ତ ଶୋଚନୀୟ ଅବସ୍ଥା ରେ ମଇଳା ଆବର୍ଜନା ଥିବା ଏକ କୋଠରୀ ରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତର ଖାନା ନିଆ ଗଲା ବର୍ତ୍ତମାନ ସୁଦ୍ଧା ତାଙ୍କ ର ଚିକିତ୍ସା ଚାଳିଛି ।ଦୀର୍ଘ ଦଶନ୍ଧୀ ଧରି ଅସହାୟ ଙ୍କ ସେବାରେ ନିରନ୍ତର ଆପଣ ମାନଙ୍କ – ନିଷ୍ଠା ପରିବାର।ମାନବତାର ପଥରେ ଏକ ଅତୁଟ ପ୍ରୟାସ…..ସର୍ବେ ସନ୍ତୁ ନିରାମୟଃ#କେହି_ନାହିଁ_ଯାହାର #ନିଷ୍ଠା_ଅଛି_ତାହାର Nistha Pariwar
