ଟିକାବାଲି କଲେଜରେ ନୂତନ ଛାତ୍ର ସଂସଦର ଶପଥ ପାଠ ଉତ୍ସବ ସମ୍ପନ୍ନ
ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ, ଟିକାବାଲିର ପରିସରରେ ମନୋନୟନ ପ୍ରକ୍ରିୟାରେ ଗଠନ ହୋଇଥିବା ନୂତନ ଛାତ୍ର ସଂସଦ ଗଠନର ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ନବଗଠିତ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ, ସାଂସ୍କୃତିକ ଓ ସାମାଜିକ ବିକାଶରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆଙ୍କ ସଭାପତିତ୍ୱ ସମେବେତ ଅଧ୍ୟାପକ-ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇ ନୂତନ ଛାତ୍ର ସଂସଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ନୂତନ ସଂସଦର ସୁଶ୍ରୀ ତୃପ୍ତିମୟୀ ରଥ : ସଭାପତି , ସୁଶ୍ରୀ ସଲମା ମହାପାତ୍ର : ଉପ-ସଭାପତି , ଶ୍ରୀ ସୁଭମ କୁମାର ଦ୍ବିବେଦୀ : ସାଧାରଣ ସମ୍ପାଦକ , ସୁଶ୍ରୀ ପ୍ରତିଭା ମଞ୍ଜରି ପ୍ରଧାନ : ସହ-ସମ୍ପାଦକ , ସୁଶ୍ରୀ ସ୍ୱାଗତିକା ମାଝୀ : ସାଂସ୍କୃତିକ ସମ୍ପାଦକ , ଶ୍ରୀ ଝୁନା ଦିଗାଳ : ସାଂସ୍କୃତିକ ସହ-ସମ୍ପାଦକ , ଶ୍ରୀ ଶଙ୍କର କଁହର : କ୍ରୀଡା ସମ୍ପାଦକ, ଶ୍ରୀ ରଘୁନାଥ ତିଆଡି : କ୍ରୀଡା ସହ-ସମ୍ପାଦକ, ଶ୍ରୀ ଅନୁରାଗ ପ୍ରଧାନ : ଛାତ୍ର ସାଧାରଣ -କକ୍ଷ ସମ୍ପାଦକ ଓ ଶ୍ରୀ ସିଦ୍ଧାନ୍ତ ମଲ୍ଲିକ, ଛାତ୍ରୀ ସାଧାରଣ-କକ୍ଷ ସମ୍ପାଦକ ରୂପେ ଶପଥ ପାଠ କରିଥିଲେ ।
ଏହି ଉତ୍ସବରେ ଅଧ୍ୟାପକ ଶ୍ରୀ ଵିଷ୍ଣୁ ପ୍ରସାଦ ରଥ , ବନମାଳି ବେହେରା , ଅମୁଲ୍ୟ ସାବତ , ସନ୍ତୋଷ କୁମାର ରଥ , ରମେଶ କୁମାର ସାହୁ , ଶଙ୍କର ପାଢ଼ୀ , ଜ୍ଞାନ ରଞ୍ଜନ ଭୋଇ , ଅଭୟ ପ୍ରଧାନ, ରବିନାରାୟଣ ପାଣିଗ୍ରାହୀ ଅଧ୍ୟାପିକା ଶିବାନି କହଁର, ନିବେଦିତା ଭୋଇ , ସଂଘମିତ୍ରା ଦାସ , ସ୍ମୃତିରେଖା ନାୟକ , କାର୍ଯ୍ୟାଳୟ ମୁଖ୍ୟ ମନୋଜ କୁମାର ଭୋଇ ତଥା ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
ଶେଷରେ ଅଧ୍ୟାପକ ଶ୍ରୀ ବନମାଳି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନବ ଗଠିତ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ମହାବିଦ୍ୟାଳୟର ଶୃଙ୍ଖଳା ରକ୍ଷା, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ନେତୃତ୍ୱ ,ଦକ୍ଷତାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ମତବ୍ୟକ୍ତ କରିବା ସହ ମହାବିଦ୍ୟାଳୟର ଗୌରବ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ହିତ ସାଧନ ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ଏହି ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଦାୟିତ୍ୱବୋଧ ସୃଷ୍ଟି କରିଥିଲା ।
