ଟିକାବାଲି କଲେଜରେ ଶ୍ରୀ ବିଶ୍ୱନାଥ ପାତ୍ର ଅବସରକାଳୀନ ଉତ୍ସବ ସମାପନ….

ଟିକାବାଲି କଲେଜରେ ଶ୍ରୀ ବିଶ୍ୱନାଥ ପାତ୍ର ଅବସରକାଳୀନ ଉତ୍ସବ ସମାପନ....

ଟିକାବାଲି କଲେଜରେ ଶ୍ରୀ ବିଶ୍ୱନାଥ ପାତ୍ର ଅବସରକାଳୀନ ଉତ୍ସବ ସମାପନ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ. ମହାବିଦ୍ୟାଳୟରେ ତା ୩୦/୦୬/୨୦୨୬ ରେ ଶ୍ରୀ ବିଶ୍ୱନାଥ ପାତ୍ର ଅବସର କାଳୀନ ଉତ୍ସବ ସମାପନ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ରଥ ଓ କର୍ମଚାରୀ ବୃନ୍ଦ ବିଶ୍ୱନାଥଙ୍କୁ କୋହଭରା ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପ୍ରସାଦ ରଥ ସଭାପତିତ୍ୱ କରି ବିଶ୍ୱନାଥଙ୍କ କର୍ମଠ ଜୀବନକୁ ଭୁୟୀୟସୀ ପ୍ରଶଂସା କରି କହିଥିଲେ, କର୍ମ ହିଁ ପରାକାଷ୍ଠା କର୍ମ ହିଁ ଭାଗବାନ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଦୀର୍ଘ ୩୦ ବର୍ଷ ଧରି ମହାବିଦ୍ୟାଳୟର ଜଣେ କର୍ମଠ, ବିଶ୍ୱାସୀ, ନିଷ୍ଠାବାନ ଓ କର୍ମଠ କର୍ମଚାରୀ ଭାବେ ଯେପରି ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି, ତାହ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।ମହାବିଦ୍ୟାଳୟର କର୍ମଚାରୀ ବନମାଳି ବେହେରା , ବିରୂପାକ୍ଷ ତ୍ରିପାଠୀ , ଅମୁଲ୍ୟ କୁମାର ସାବତ , ସନ୍ତୋଷ କୁମାର ରଥ , ବିରୂପାକ୍ଷ ମିଶ୍ର , ରମେଶ କୁମାର ସାହୁ , ଶଙ୍କର ପାଢ଼ୀ , ରତନ ଦିଗାଲ , ଜ୍ଞାନ ରଞ୍ଜନ ଭୋଇ , ଆଧ୍ୟାପିକା ନିବେଦିତା ଭୋଇ , ଚମ୍ପା ସୋରେନ , ସଂଘମିତ୍ରା ଦାସ , ତଥା ମନୋଜ କୁମାର ଭୋଇ, ରବିନାରାୟଣ ପାଣିଗ୍ରାହୀ, ଦୀପକ କୁମାର ସାହୁ , ଲୁଲୁ ଦିଗାଲ , ସଂଜତ ମାଝୀ , କାଳୀ ଚରଣ ନାୟକ , କିଶୋର ଚନ୍ଦ୍ର ମହାନ୍ତି , ଶ୍ରୀ ବିଶ୍ୱନାଥ ପାତ୍ର ଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ଭାଵ ବିହ୍ଵଳିତ ଭାବେ କର୍ମଠ ଚାକିରୀ କାଳ ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ।