ପ୍ରଚଣ୍ଡ ରୌଦ୍ରରେ ଜଳୁଛି ସମଗ୍ର ଗଜପତି ଜିଲ୍ଲା |

ପ୍ରଚଣ୍ଡ ରୌଦ୍ରରେ ଜଳୁଛି ସମଗ୍ର ଗଜପତି ଜିଲ୍ଲା |

ଗଜପତିରେ ପାରଦ ଉପରମୁହାଁ

ଗଜପତି, ୧୪.୪(ମନୋଜ ପାଢ଼ୀ) – : ପ୍ରଚଣ୍ଡ ରୌଦ୍ରରେ ଜଳୁଛି ସମଗ୍ର ଗଜପତି ଜିଲ୍ଲା | ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଧ୍ୟାହ୍ନରେ ପାରଳାଖେମୁଣ୍ଡି ସହରର ସର୍ବୋଚ୍ଚ ସର୍ବୋଚ୍ଚ ତାପମାତ୍ରା ଏବେ ୪୦ ଡିଗ୍ରିରୁ ଅଧିକ ରହିଛି । ଫଳରେ ଲୋକେ କେ ନାହିଁ ନଥିବ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଦିନସାରା ଲୋକେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ସନ୍ଧ୍ୟା ହେଲେ ହିଁ ଘରୁ ବାହାରକୁ ଆସୁଛନ୍ତି। ଜରୁରି କାମ ଥିଲେ ଛତା ଓ ଟୋପି ନେବା ସହ ମୁଣ୍ଡରେ ଗାମୁଛା ପକାଇ ବାହାରୁଛନ୍ତି । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ।ରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୂନଶାନ ହେଉଛି ଅନ୍ୟପକ୍ଷରେ ଅଂଶୁଘ।ତର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ଶୀତତାପ ନିୟନ୍ତ୍ରଣ ବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଠରି ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶାନ୍ତନୁ କୁମାର ପାଢ଼ୀ କହିଛନ୍ତି।

ସୂଚନା ଥାଉକି, ଗଜପତି ଜିଲ୍ଲା ଏମିତି ଏକ ଭୌଗୋଳିକ ସ୍ଥିତିରେ ଅବସ୍ଥିତ, ଯାହାଫଳରେ ସମସ୍ତ ଋତୁର ପ୍ରଭାବ ଏଠି ସମାନ ଭାବରେ ପଡ଼ିଥାଏ | ତେଣୁ ପ୍ରତିବର୍ଷ ମୁଣ୍ଡଫଟା ଖରା ଅନୁଭୂତ ହୁଏ ।