ଗଞ୍ଜାମ ଜିଲ୍ଲା ବିଧାୟକଙ୍କ ଦ୍ବାରା ତିନିଗୋଟି ରାସ୍ତାର ଭିଭି ପ୍ରସ୍ତର ସ୍ଥାପନ l

ଗଞ୍ଜାମ ଜିଲ୍ଲା ବିଧାୟକଙ୍କ ଦ୍ବାରା ତିନିଗୋଟି ରାସ୍ତାର ଭିଭି ପ୍ରସ୍ତର ସ୍ଥାପନ l

ଗଞ୍ଜାମ ଜିଲ୍ଲା ବିଧାୟକଙ୍କ ଦ୍ବାରା ତିନିଗୋଟି ରାସ୍ତାର ଭିଭି ପ୍ରସ୍ତର ସ୍ଥାପନ l

ଆସିକା:(1/6/26) ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର କର କମଳରେ ତିନିଗୋଟି ରାସ୍ତାର ଭିଭି ପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ଜାତୀୟ ରାଜପଥ – ୩୦ ଠାରୁ ବାଦଗଡ଼ ପର୍ଯ୍ୟନ୍ତ ୦ ୨. ୬୭ କିମି ର ୨୯୬. ୯୬ ଲକ୍ଷ ବ୍ୟୟ ରେ ରାସ୍ତା ନିର୍ମାଣ, ରାଜ୍ୟ ରାଜପଥ ୦୭ ଠାରୁ ଖଣ୍ଡବନ୍ଧ ୦୪. ୪୫ କି.ମି ପାଇଁ ୪୯୬. ୬୦ ଲକ୍ଷ ବ୍ୟୟ ରେ ନୂତନ ରାସ୍ତା ନିର୍ମାଣ ଏବଂ ପୂର୍ଭ ବିଭାଗ ରାସ୍ତା ଠାରୁ ହନୁମନ୍ତିଆ ପଲ୍ଲୀ ପର୍ଯ୍ୟନ୍ତ ୩. ୨୦ କି. ମି ପାଇଁ ୪୨୪. ୧୬ ଲକ୍ଷ ବ୍ୟୟ ରେ ନୂତନ ରାସ୍ତାର ନିର୍ମାଣ ପାଇଁ ବିଧାୟକ ଶୁଭଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଯନ୍ତ୍ରୀ ଇ.ନନ୍ଦିନୀ ପାଢ଼ୀ, ବିଧାୟକ ପୁତ୍ର ସଙ୍ଗୀତ ପାଢ଼ୀ, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, ପଂଚାୟତ ସମିତି ଉପାଧକ୍ଷା ରେଶମା ଦୋରା, ଟୁଲୁ ଜେନା, ରଂଜିତ ସ୍ଵାଇଁ ସମେତ ଅନେକ ବିଜେପି କର୍ମୀ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରାସ୍ତା ହେବା ଦ୍ବାରା ଅନେକ ଗ୍ରାମବାସୀ ର ଲୋକମାନେ ଉପକୃତ ହେବା ସହ ସ୍କୁଲ, କଲେଜ ପିଲା ମାନଙ୍କ ପାଇଁ ଗମନା ଗମନ ସୁଗମ ହେବ । ଗଣେଶ ପାଣିଗ୍ରାହୀ ରିପୋର୍ଟ