କୋରାପୁଟରେ ଶୁଭାରମ୍ଭ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୬’

କୋରାପୁଟରେ ଶୁଭାରମ୍ଭ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୬’

କୋରାପୁଟରେ ଶୁଭାରମ୍ଭ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୬’

କୋରାପୁଟ: ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଅନନ୍ୟ ପରିଚୟକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ଆୟୋଜିତ ବିଶାଳ ମହୋତ୍ସବ ‘ପରବ-୨୦୨୬’ ଆଜି କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗ୍ରାମପଞ୍ଚାୟତଠାରେ ଶୁଭାରମ୍ଭ ହୋଇଛି।ଏହି ଉଦ୍‌ଘାଟନୀ ଉତ୍ସବରେ କୋରାପୁଟ ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକ, ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।ଆଦିବାସୀ ସମାଜର ଲୋକକଳା, ଲୋକସଂସ୍କୃତି, ନୃତ୍ୟ, ସଙ୍ଗୀତ, ପରମ୍ପରା ଓ ଜୀବନଶୈଳୀକୁ ଉଜାଗର କରିବା ସହ ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ‘ପରବ-୨୦୨୬’ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ଆଶା କରାଯାଉଛି।