ଗୋରୁ ଚୋରାଚାଲାଣ ବେଳେ ଡାଲା ବୋଲେରୋ ଗାଡ଼ି କୋଚିଲାଗଡ଼ ଠାରେ ଜବତ୍ ୧୦ ଗୋରୁ ଉଦ୍ଧାର….

ଗୋରୁ ଚୋରାଚାଲାଣ ବେଳେ ଡାଲା ବୋଲେରୋ ଗାଡ଼ି କୋଚିଲାଗଡ଼ ଠାରେ ଜବତ୍ ୧୦ ଗୋରୁ ଉଦ୍ଧାର....

ଗୋରୁ ଚୋରାଚାଲାଣ ବେଳେ ଡାଲା ବୋଲେରୋ ଗାଡ଼ି କୋଚିଲାଗଡ଼ ଠାରେ ଜବତ୍ ୧୦ ଗୋରୁ ଉଦ୍ଧାର….

କନ୍ଧମାଳ : ତା- ୨୫/୧୧/୨୬ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଦେଇ ଗୋରୁ ଚୋରାଚାଲାଣ ବେଳେ କୋଚିଲା ଗଡ଼ ଗ୍ରାମରେ ଡାଲା ବୋଲେରୋ ନମ୍ବର ଓଡି- ୦୮-ଏସି – ୯୨୮୮କୁ ଜବତ୍ କରି ୧୦ଟି ଗୋରୁ ଉଦ୍ଧାର କଲା ପୋଲିସ। ସୂଚନା ଯୋଗ୍ୟ ଯେ ରାତି ଅଧରେ ଚକାପାଦ ଅଞ୍ଚଳରୁ ଲାଇନି ପଡ଼ା , ଶଙ୍କରାଖୋଲ ଦେଇ ଟିକାବାଲି ଆସୁଥିବାର ଖବର ପାଇ ଚକାପାଦ ବଜରଙ୍ଗୀ ଦୋଳର ଶୁସାନ୍ତ ପୃଷ୍ଟି, ଅନ୍ୟାନ୍ୟ ସହଯୋଗୀ ଏବଂ ଟିକାବାଲି ବଜରଙ୍ଗୀ ଦୋଳର ସହଯୋଗୀ ଙ୍କ ନେତୃତ୍ବରେ ବୋଲେରୋ ଗାଡ଼ିକୁ ପିଛା କରି ଗୋଡ଼ାଇ ଗୋଡ଼ାଇ ରାତ୍ର ତିନିଟା ସମୟରେ କୋଚିଲା ଗଡ଼ ଗ୍ରାମର ରାସ୍ତା ମଝିରେ ବୋଲେରୋ ଗାଡ଼ିକୁ ପାଇଥିଲେ । ହେଲେ ଡ୍ରାଇଭର ଗାଡ଼ିକୁ ଛାଡି ଫେରାର୍ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ପରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଶିବ ରଞ୍ଜନ ସିଂଗ ଏବଂ କର୍ମଚାରୀ ପହଞ୍ଚି ବୋଲେରୋ ଗାଡ଼ି ସମେତ ୧୦ ଟି ଗୋରୁକୁ ଉଦ୍ଧାର କରିଥିଲେ। ପରେ ଗାଡ଼ିକୁ ଥାନାକୁ ଅଣା ଯାଇଥିଲା ।

ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ପହଞ୍ଚି ଗୋରୁ ମାନଙ୍କୁ ଉତ୍ତମ ଚିକିତ୍ସା ପରେ ଗ୍ରାମର ଲୋକ ମାନଙ୍କୁ ସେବା କରିବା ପାଇଁ ଜିମା ଦିଆ ଯାଇଛି । ଏନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ବୋଲେରୋ ଗାଡ଼ି ଟି ମୁନିଗୁଡାର ଆହୁରି ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସିଂଗ l