ପୋଲସରା ମହାବିଦ୍ୟାଳୟ ଛାତ୍ର କୁ ଅପହରଣ ପରେ ହତ୍ୟା।

ପୋଲସରା ମହାବିଦ୍ୟାଳୟ ଛାତ୍ର କୁ ଅପହରଣ ପରେ ହତ୍ୟା।

ପୋଲସରା ମହାବିଦ୍ୟାଳୟ ଛାତ୍ର କୁ ଅପହରଣ ପରେ ହତ୍ୟା।
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।ଯାହାକି ପୋଲସରା ଥାନା ଅର୍ନ୍ତଗତ ମାଳତେନ୍ତୁଳିଆ ଗ୍ରାମର ରାଜଦୀପ ସାହୁ ନାମକ ଜଣେ ଯୁବକ କୁ ନିଜ ସମ୍ପର୍କୀୟ ଭାଇ ସୁବ୍ରତ ସାହୁ ଅପହରଣ କରି ନେଇ ହତ୍ୟା କରି ସୋରଡ଼ା ଦାରିଙ୍ଗବାଡ଼ି ରାସ୍ତାରେ ପଲିଥିନ ଘୋଡାଇ ଫିଙ୍ଗି ଦେଇଥିଲେ। ପୁର୍ବରୁ ରାଜଦୀପ୍ ନିଖୋଜ ଥିବା ତାଙ୍କର ବାପା ପ୍ରକାଶ ସାହୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଅନୁସନ୍ଧାନ ଚଳାଇ ସୋରଡ଼ା ଦାରିଙ୍ଗବାଡ଼ି ରାସ୍ତାରେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣାର ମୁଖ୍ୟ ତଥା ଦଦା ପୁଅ ଭାଇ ସୁବ୍ରତ ସାହୁ କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଏ ସବୁ ଅର୍ଥ କାରବାର କୁ ନେଇ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ସୁବ୍ରତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।