ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ ( info media) କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆଜି ରାୟଗଡ ଜ଼ିଲ୍ଲା ସଦର ବ୍ଲକ ର ବାଇସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ର ସଦସ୍ୟ ୟାଲା କୋଣ୍ଡା ବାବୁ ଯୋଗଦେଇଥିଲେ l ଏହି ପଂଚାୟତ ର ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତ୍ୟୋଦୟ ଯୋଜନା ରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟତମ ଅତୀତ ଭାବେ ବାଇସିଂ ପଞ୍ଚାୟତର ସରପଞ୍ଚ, ନାୟବ ସରପଞ୍ଚ, ପିପାଲଗୁଡ଼ା ମଣ୍ଡଳ ସଭାପତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ, ବରିଷ୍ଠ ଆଇନଜୀବୀ ଶ୍ରୀ ବିରଜା ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବର୍ଗ ଓ ସ୍ଥାନୀୟ ଜନସାଧାରଣ ଙ୍କ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନୟନମୂଳକ ଯୋଜନା, ଗ୍ରାମାଞ୍ଚଳର ବିକାଶ, କୃଷକ କଲ୍ୟାଣ, ଆବାସ, ପାନୀୟ ଜଳ, ରାସ୍ତାଘାଟ ଏବଂ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ବିଷୟ ଉପରେ ମୁଖ୍ୟ ଅତିଥି କୋଣ୍ଡା ବାବୁ ଉପସ୍ଥିତ ଜନସାଧାରଣ ଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ l ଆଗକୁ ପଂଚାୟତ ଓ ପୌର ନିର୍ବାଚନ ତହିଁଛି ସେଥିପାଇଁ ସରକାରଙ୍କ ବିକାଶମୂଳକ ପଦକ୍ଷେପ ଏବଂ ଲୋକଙ୍କ ଜୀବନମାନ ଉନ୍ନତି ପାଇଁ ଗ୍ରହଣ କରାଯାଉଥିବା ଯୋଜନାଗୁଡ଼ିକ ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବା ନିମନ୍ତେ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ କାମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।ସମସ୍ତଙ୍କ ସହଯୋଗ ଓ ଅଂଶଗ୍ରହଣ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଥିଲେ । ବିକଶିତ ଓଡ଼ିଶା ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ଆମର ପ୍ରୟାସ ନିରନ୍ତର ଜାରି ରହିବ। ବୋଲି କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ