ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରଗଡ : (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭେଡେନ ସଂକୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ ମାନଙ୍କର ଏକ ବୈଠକ ସଂକୁଳ ପ୍ରମୁଖ ଡାଃ ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ।ଉକ୍ତ ବୈଠକରେ ସଂକୁଳ ବାର୍ଷିକ ଯୋଜନା ପ୍ରସ୍ତୁତି, ସଂକୁଳର ସାଙ୍ଗଠନିକ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ଶିବାନନ୍ଦଦାଶ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଓ ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସେବକ ଓ ସେବିକା ମାନେ ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିଥିଲେ।