ବିକାଶଠୁ ବହୁ ଦୂରରେ କେଣ୍ଡ୍ରା ଗାଁ;

ବିକାଶଠୁ ବହୁ ଦୂରରେ କେଣ୍ଡ୍ରା ଗାଁ;

ବିକାଶଠୁ ବହୁ ଦୂରରେ କେଣ୍ଡ୍ରା ଗାଁ; ନାହିଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ବ୍ୟବସ୍ଥାସମସ୍ୟା ସହ ଜୁଝୁଛି ଗଜପତି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା କେଣ୍ଡ୍ରା ଗାଁ ।

ଗଜପତି,୨୬ .୫(ମନୋଜ ପାଢ଼ୀ)-: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶ ଏହି ଉପାନ୍ତ ଅଞ୍ଚଳକୁ ପାଉନି ରାସ୍ତା । ପାହାଡ଼ ତଳର ଏହି ଗାଁକୁ ଖଣ୍ଡିଏ ଭଲ ରୋଡଟିଏ ନଥିବା ବେଳେ ନାହିଁ ସ୍କୁଲ, ଅଙ୍ଗନବାଡ଼ି, ଡାକ୍ତରଖାନା, ବିଦ୍ୟୁତ ସଂଯୋଗୀକରଣ ଭଳି ମୌଳିକ ସୁବିଧା । ଗାଁ ଗାଁରେ ବିକାଶର ଗାଡ଼ି ଗଡ଼ାଇବାକୁ ସରକାର ପ୍ରଣୟନ କରୁଛନ୍ତି ଗଣ୍ଡା ଗଣ୍ଡା ଯୋଜନା । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । ଏସବୁ ସତ୍ତ୍ୱେ ଆଜି ରାଜ୍ୟର ଅନେକ ଉପାନ୍ତ ଅଞ୍ଚଳରେ କାହିଁକି ପହଞ୍ଚିପାରୁନି ବିକାଶ । ଏଥିପାଇଁ କିଏ ଦାୟୀ ? ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।ସମସ୍ୟା ସହ ଜୁଝୁଛି ଗଜପତି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା କେଣ୍ଡ୍ରା ଗାଁ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶ ଏହି ଉପାନ୍ତ ଅଞ୍ଚଳକୁ ପାଉନି ରାସ୍ତା । ପାହାଡ଼ ତଳର ଏହି ଗାଁକୁ ଖଣ୍ଡିଏ ଭଲ ରୋଡଟିଏ ନଥିବା ବେଳେ ନାହିଁ ସ୍କୁଲ, ଅଙ୍ଗନବାଡ଼ି, ଡାକ୍ତରଖାନା, ବିଦ୍ୟୁତ ସଂଯୋଗୀକରଣ ଭଳି ମୌଳିକ ସୁବିଧା । ପାହାଡ଼ିଆ ମାଟି ରାସ୍ତା ସହ ହରଭଙ୍ଗୀ ନଦୀ ଅଞ୍ଚଳବାସୀଙ୍କ ଗମନାଗମନ ବ୍ୟବସ୍ଥାରେ ବାଧକ ସାଜିଛି ।ବର୍ଷାଦିନେ ନଦୀର ଜଳସ୍ତର ବଢିଲେ ଗ୍ରାମବାସୀ ଏକପ୍ରକାର ଜଳବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ଆମ୍ବୁଲାନ୍ସ ନଆସିପାରିବାରୁ ଅନେକ ସମୟରେ ରୋଗୀଙ୍କୁ ଭାରରେ ବୁହାଯାଉଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ପାଠ ପଢ଼ିବାକୁ ପିଲା ମାନଙ୍କୁ ୧୦ରୁ ୧୫ କିମି ରାସ୍ତା ଚାଲିବାକୁ ପଡ଼ୁଥିବା ବେଳେ ୪୦ କିଲୋମିଟର ଅତିକ୍ରମ କରି ରାସନ ଆଣିବାକୁ ପଞ୍ଚାୟତ ଅଫିସ୍‌ ଯାଉଛନ୍ତି ଅଞ୍ଚଳବାସୀ ।ବିଦ୍ୟୁତ ସଂଯୋଗୀକରଣ ନାଁରେ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତାଯାଇ ତାର ବିଛାଯାଇଥିଲେ ମଧ୍ୟ ଏଯାଏ କରେଣ୍ଟ ଆସିପାରୁନାହିଁ । ଗାଁର ପରିଣତ ବୟସର ବୃଦ୍ଧ, ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ବେଳେ ପାନୀୟ ଜଳର ଏକମାତ୍ର ଉତ୍ସ ପାଲଟିଛି ଝରଣା ପାଣି । ସେହପରି ଗାଁର ଜଣେ ବି ହିତାଧିକାରୀଙ୍କ ନାଁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଯୋଡ଼ି ହୋଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।ଖବର ପ୍ରସାରଣ ପରେ ଏହି ଗାଁ ଲୋକଙ୍କ ଗୁହାରୀ ପ୍ରଶାସନିକ ବିଧି ବ୍ୟବସ୍ଥାର ନଜରକୁ ଆସୁଛି କି ନାହିଁ ତାକୁ ଅପେକ୍ଷା ।