ଜୟପୁରରେ ଯୁବକଙ୍କୁ ଛୁରିରେ ଆକ୍ରମଣ, ମୃତ୍ୟୁ ଅଭିଯୋଗ

ଜୟପୁରରେ ଯୁବକଙ୍କୁ ଛୁରିରେ ଆକ୍ରମଣ, ମୃତ୍ୟୁ ଅଭିଯୋଗ

ଜୟପୁରରେ ଯୁବକଙ୍କୁ ଛୁରିରେ ଆକ୍ରମଣ, ମୃତ୍ୟୁ ଅଭିଯୋଗ

ଜୟପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୟପୁର ସହରରେ ଜଣେ ଯୁବକଙ୍କୁ ଏକ ଦଳ ଯୁବକ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି।ମୃତ ଯୁବକଙ୍କ ପରିଚୟ କିଶନ କୁଲଦୀପ ବୋଲି ଜଣାପଡ଼ିଛି। ପରିବାର ସଦସ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିଶନ କୌଣସି କାମରେ ସକାଳୁ ଜୟପୁର ସହରକୁ ଆସିଥିଲେ।ଏହି ସମୟରେ LIC କାର୍ଯ୍ୟାଳୟ ଓ KTM ଶୋରୁମ୍ ନିକଟରେ ଏକ ଦଳ ଯୁବକ ତାଙ୍କୁ ଅଟକାଇ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ କିଶନଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣାକୁ ନେଇ ଜୟପୁର ସହରରେ ଚର୍ଚ୍ଚା ଓ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।