ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ପରିସରରେ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଡାଲବ ପଂଚାୟତ ସରପଞ୍ଚ ରାଧେଶ୍ୟାମ ପୋଢ ଓ ଦେଶଭଟଲି ପଂଚାୟତ ସରପଞ୍ଚ ତୋଷବନ୍ତ ସାହୁ ଙ୍କ ସମେତ ବହୁ ସଂଖ୍ଯାରେ ଛୋଟ ଚାଷୀ ଓ ବଡ଼ ଚାଷୀ ମାନେ ଯୋଗଦେଇଥିଲେ। ଏଥିରେ ଖୁଣ୍ଟୁଲିପାଲି ମାର୍କେଟ ଇନ୍ଚାଜ ଚିତ୍ତରଞ୍ଜନ ଆଚାର୍ଯ୍ୟ ପରିଚାଳନା କରି ଥିବାବେଳେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଝରାପାଲି ମାର୍କେଟ (ଥୁଆପାଲି) ଇନ୍ଚାଜ ଜାମିନୀ ଦାସ, ଅର୍ଜୁଡା ମାର୍କେଟ ଇନ୍ଚାଜ ପ୍ରମୋଦ କୁମାର ଆଚାର୍ଯ୍ୟ ଓ ଭିଏବ୍ଲ୍ଯୁ ଗଣେଶ ମାଝି ଉପସ୍ଥିତ ରହି ଥିଲେ। ଚାଷୀ ମାନଙ୍କୁ ଉନ୍ନତମାନର ଏଫଏକ୍ୟୁ ମାନର ଧାନ ଆଣି ସରକାରୀ ମୂଲ୍ୟରେ ବିକ୍ରି କରିବା ପାଇଁ ଆଲୋଚନା କରାଯାଇଥିଲା।ଏହି ସମୟରେ ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
