କୋରାପୁଟରେ ସଫଳତାର ସହ ଉଦ୍‌ଯାପିତ ହେଲା ‘ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ୱୁଶୁ ସିଟି ଲିଗ୍ ୨୦୨୬’

କୋରାପୁଟରେ ସଫଳତାର ସହ ଉଦ୍‌ଯାପିତ ହେଲା ‘ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ୱୁଶୁ ସିଟି ଲିଗ୍ ୨୦୨୬’

କୋରାପୁଟରେ ସଫଳତାର ସହ ଉଦ୍‌ଯାପିତ ହେଲା ‘ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ୱୁଶୁ ସିଟି ଲିଗ୍ ୨୦୨୬’

କୋରାପୁଟ, ୨୨/୧୧/୨୦୨୬: କୋରାପୁଟ ଜିଲ୍ଲାରେ ମହିଳା କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ‘ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ୱୁଶୁ ସିଟି ଲିଗ୍ ୨୦୨୬’ ସଫଳତାର ସହ ଉଦ୍‌ଯାପିତ ହୋଇଛି। କୋରାପୁଟ ଜିଲ୍ଲା ୱୁଶୁ ଆସୋସିଏସନ୍ ପକ୍ଷରୁ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ସବ୍‌ଜୁନିୟର, ଜୁନିୟର ଓ ସିନିୟର ବର୍ଗର ମହିଳା ଖେଳାଳିମାନେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଶେଷରେ କୃତୀ ଖେଳାଳିମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟଜିତ ଖାଡେଙ୍ଗା ମୁଖ୍ୟ ଅତିଥି ଏବଂ ଶ୍ରୀ ଦେବ ପ୍ରତାପ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା ୱୁଶୁ ଆସୋସିଏସନ୍‌ର ସଭାପତି ଶ୍ରୀ ସନାତନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଏହି ଆୟୋଜନ ସମ୍ପନ୍ନ ହୋଇଥିଲା।ମୁଖ୍ୟ ପ୍ରଶିକ୍ଷକ ମିଥୁନ ଚକ୍ରବର୍ତ୍ତୀ ଓ ସହକାରୀ ପ୍ରଶିକ୍ଷକ ଲକ୍ଷ୍ମଣ ମୁଥାଇ ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଉପସଭାପତି ସୁସ୍ମିତା ମହାପାତ୍ରଙ୍କ ସମେତ ସଦସ୍ୟ ଧର୍ମୁ ବାଘ, ତପନ କୁମାର ଜୈସୱାଲ ଓ ଦୀପକ କୁମାର ବାରିକ ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ଆୟୋଜନ ଜିଲ୍ଲାର ମହିଳା ୱୁଶୁ ଖେଳାଳିମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଓ ଆଗାମୀ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଛି।