ଚାମ୍ପିଅନ ହେଲା କଳାହାଣ୍ଡି ବନାର, ଫାଇନାଲରେ ପରାଜିତ ମାଳିଗୁଡା. ଆଠ ଦଳୀୟ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ; ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭବାନୀ ବେନାଲ ଏକ୍କା

ଚାମ୍ପିଅନ ହେଲା କଳାହାଣ୍ଡି ବନାର, ଫାଇନାଲରେ ପରାଜିତ ମାଳିଗୁଡା

ଚାମ୍ପିଅନ ହେଲା କଳାହାଣ୍ଡି ବନାର, ଫାଇନାଲରେ ପରାଜିତ ମାଳିଗୁଡାଆଠ ଦଳୀୟ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ; ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭବାନୀ ବେନାଲ ଏକ୍କା

ସୁନାବେଡ଼ା, ୧୫ ନଭେମ୍ବର: ମା ବନଦୁର୍ଗା କ୍ଲବ ଆୟୋଜିତ ୩ୟ ନବୀନ ପାଙ୍ଗୀ ଓ ଠାକୁର ଖୋରା ମେମୋରିଆଲ କପ୍ ୨୦୨୬ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ସୁନାବେଡ଼ା-୧ ସ୍ଥିତ AEF ପ୍ଲେ ଗ୍ରାଉଣ୍ଡରେ ଉଦଯାପିତ ହୋଇଛି। ମହା ଫାଇନାଲରେ କଳାହାଣ୍ଡି ବନାର PYC ମାଳିଗୁଡାକୁ ପରାଜିତ କରି ଚାମ୍ପିଅନ ହୋଇଛି।ନଭେମ୍ବର ୯ ରୁ ୧୫ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ପୁରୁଷ ଦଳ — PYC ମାଳିଗୁଡା, ଭବାନୀପାଟଣା ହଷ୍ଟେଲ, OMP KPT, ନାଗରିଆ ଇଲେଭେନ, ଚକ୍ରଧରପୁର, ଆୟୋଜକ ମା ବନଦୁର୍ଗା, କଳାହାଣ୍ଡି ବନାର ଓ ରାଞ୍ଚି — ଭାଗ ନେଇଥିଲେ। ସେମିଫାଇନାଲ ଦୁଇଟି ୧୧ ଓ ୧୪ ନଭେମ୍ବରରେ ଖେଳାଯାଇଥିଲା।ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିବା ଫାଇନାଲରେ PYC ମାଳିଗୁଡା ଦଳର ନେତୃତ୍ୱ ନେଇଥିଲେ ଅଧିନାୟକ ତଥା ଗୋଲକିପର ସିବାନ ମାଝି (ଜର୍ସି ୨୧)। ଏହା ପୂର୍ବରୁ ଅପରାହ୍ନ ୧ଟାରେ ମହିଳା ମ୍ୟାଚରେ ରାଞ୍ଚି (ଅଧିନାୟକ ଅଞ୍ଜୁ ଏକ୍କା, କୋଚ୍ ବିକାଶ ଓରାଓଁ) ଓ ଉମରକୋଟ୍ ମୁକାବିଲା କରିଥିଲେ।ପୁରସ୍କାର: ଶ୍ରେଷ୍ଠ ଗୋଲକିପର ଚନ୍ଦ୍ରକାନ୍ତ ସାଇ (ରାଞ୍ଚି), ଶ୍ରେଷ୍ଠ ଡିଫେଣ୍ଡର ମକ୍କାନ ରାଉତ (କଳାହାଣ୍ଡି), ଶ୍ରେଷ୍ଠ ଖେଳାଳି ଜିତୁ ମୁଦୁଲି (ମାଳିଗୁଡା), ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭବାନୀ ବେନାଲ ଏକ୍କା (କଳାହାଣ୍ଡି) ଏବଂ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ରିଙ୍କୁ। ଚାମ୍ପିଅନ ଦଳକୁ ୫୦,୦୦୦ ଟଙ୍କା ଓ ରନର୍ସ ଅପ୍ ଦଳକୁ ୪୦,୦୦୦ ଟଙ୍କା ପୁରସ୍କାର ରାଶି ରହିଛି।