*ମୁଣିଙ୍ଗିଆ ଆଶ୍ରମ ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ପାଳିତ*
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ୍ ଅଧୀନସ୍ଥ ମୁଣିଙ୍ଗିଆ ଆଶ୍ରମ ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ବାର୍ଷିକୀ ଓ ପିତାମାତା ସହଭାଗିତା ସମ୍ମିଳନୀ ତା ୧୫.୧୧.୨୦୨୬ ଦିନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରକାଶ କୁମାର କହଁରଙ୍କ ସଭାପତିତ୍ୱରେ ମହାସମାରୋହରେ ଆୟୋଜିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟିମାହା ସରପଞ୍ଚ ଶ୍ରୀ କର୍ଣ୍ଣେଲ ପ୍ରଧାନ, ମୁଖ୍ୟବକ୍ତା ରୂପେ ଟିକାବାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଆଶିଷ ଅଂଶୁମାନ ପାତ୍ର, ସମ୍ମାନିତ ଅତିଥିଭାବେ ଡାକ୍ତର ଉମେଶ କୁମାର ରାଉତ, ସି.ଆର୍.ସି.ସି. ଶ୍ରୀ ଅରବିନ୍ଦ ମହାପାତ୍ର, ସମାଜସେବୀ ଶ୍ରୀ କୁମରମଣି ନାୟକ ଯୋଗ ଦେଇ ମହାତ୍ମା ବିର୍ସା ମୁଣ୍ଡାଙ୍କ ସମାଜ ପ୍ରତି ଅବଦାନ ଓ ଜନଜାତି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ ।
ଅତିଥିବୃନ୍ଦ ବହୁ ଜନକଲ୍ୟାଣକାରୀ ସରକାରୀ ଯୋଜନା ଗୁଡିକୁ ଉପସ୍ଥିତ ଅଭିଭାବକଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତା ଗୁଡ଼ିକ ନିମନ୍ତେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଚିନାରା, ସବିତା ନାୟକ ଓ ସୁବାସ ଚନ୍ଦ୍ର ପରିଡ଼ା ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ । ମେଟ୍ରନ ଝୁନୁ ଖମାରୀ, ମାଳତୀ ଲିମାଙ୍କ ସହ ଚିଲିକା ପ୍ରଧାନ, ମାୟାବତୀ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରଜନୀ ପ୍ରଧାନ, ଅମ୍ଳାନ ମଲିକ୍ ସହଯୋଗ କରିଥିଲେ । ପରେ ପରେବଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସୁଧୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ଭୂୟସୀ ପ୍ରଶଂସା କରିଥିଲେ ।
