କୋରାପୁଟ | ୦୫ ନଭେମ୍ବର ୨୦୨୬କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ନୂଆ ଚର୍ଚ୍ଚା। ସ୍ଥାନୀୟ ଅଞ୍ଚଳର କିଛି ଆନ୍ଧ୍ର ଭୋଟର ସାରିକାରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଥିବା ସୂଚନା ମିଳିଛି।🔴 କିପରି ପହଞ୍ଚିଲେ ମତଦାନ କେନ୍ଦ୍ର?କୋଟିଆ ଅଞ୍ଚଳରେ କଡ଼ା ପୋଲିସ ସୁରକ୍ଷା ଓ ପ୍ରଶାସନିକ ନଜର ରହିଥିବା ସତ୍ତ୍ୱେ କିଛି ଭୋଟର ସାରିକା ଯାଇ ମତଦାନ କରିଥିବା ଖବର ସାମ୍ନାକୁ ଆସିଛି। ସେମାନେ କେଉଁ ରାସ୍ତାରେ ଓ କେଉଁ ପରିସ୍ଥିତିରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ, ତାହା ସ୍ପଷ୍ଟ ହୋଇନାହିଁ।
ଫେରିବା ବେଳେ କଥା କଟାକଟିଭୋଟ୍ ଦେଇ ଫେରୁଥିବା ସମୟରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ମଧ୍ୟ ସୂଚନା ମିଳିଛି।
ପ୍ରଶାସନର Miscellaneous ଅପେକ୍ଷାଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ପୂର୍ବରୁ ଉତ୍ତେଜନା ଲାଗି ରହିଥିବା ବେଳେ, ଏହି ଘଟଣା ରାଜ୍ୟର ସୀମା ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।
ଏବେ ସମସ୍ତଙ୍କ ନଜର କୋରାପୁଟ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।#Kotia #Koraput #AndhraPradesh #Odisha #PanchayatElection #InformationMedia
