କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ,୭୩ ଜଣଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ମୃତ୍ୟୁକାଳିନ ସହାୟତା ପ୍ରଦାନ ନିଷ୍ପତ୍ତି,ତୋଳାଳି ମାନଙ୍କ ବୋନସ ପହଞ୍ଚିଲା

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ,୭୩ ଜଣଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ମୃତ୍ୟୁକାଳିନ ସହାୟତା ପ୍ରଦାନ ନିଷ୍ପତ୍ତି,ତୋଳାଳି ମାନଙ୍କ ବୋନସ ପହଞ୍ଚିଲା

*କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ,୭୩ ଜଣଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ମୃତ୍ୟୁକାଳିନ ସହାୟତା ପ୍ରଦାନ ନିଷ୍ପତ୍ତି,ତୋଳାଳି ମାନଙ୍କ ବୋନସ ପହଞ୍ଚିଲା*

ବରଗଡ,୩୧।୮(ଭବାନୀ ଶଙ୍କର ପାଢ଼ୀ) ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ଡିଭିଜନ ରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ମୃତ୍ୟୁକାଳିନ ସହାୟତା ଯୋଗାଇ ଦେବାକୁ ୬୨ ଜଣ କେନ୍ଦୁପତ୍ର ତୋଳାଳି,୭ ଜଣ ସିଜିନାଲ କର୍ମଚାରୀ,ଜଣ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ପ୍ରତି ପରିବାର କୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ଏତଦ ବ୍ୟତୀତ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳି ମାନଙ୍କୁ ରାଜ୍ଯ ସରକାର ୬୪ କୋଟି ଟଙ୍କା ବୋନସ ପ୍ରଦାନ କରିଥିବାରୁ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରା ଯାଇଥିଲା । ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି ମାନେ ବୋସନ ବାବଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା କଥା ଡିଏଫଓ ସୂଚନା ଦେଇ ଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କ୍ବିଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବାରୁ ଓ ଏହା ଓଡ଼ିଶାର ସର୍ବାଧିକ ଟଙ୍କା ହୋଇଥିବାରୁ ଡିଏଫଓ ଶ୍ରୀ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ୱେଲଫେୟାର୍ ବୋର୍ଡ ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ଆତ୍ମରାମ ମହାନନ୍ଦ,ଏଡିଡବ୍ଲୁ ଶ୍ରୀ ସଞ୍ଜିୟ ଲେଙ୍କା,କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ଶ୍ରୀ କୋକିଳ ସାହୁ ଉପସ୍ଥିତ ଥିଲେ ।ଏହା