ବିଧାୟକଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

ବିଧାୟକଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

*ବିଧାୟକଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

ଗଜପତି,୩୧.୮(ମନୋଜ ପାଢୀ) :-ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାସ୍ତବ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଅଚାନକ ପରିଦର୍ଶନ କରିଥିଲେ।ବିଧାୟକଙ୍କ ଏହି ଅଚାନକ ଗସ୍ତ ସମୟରେ ୱାର୍ଡରୁ ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଚିକିତ୍ସାଳୟର ମିଳୁଥିବା ସେବା ସମ୍ପର୍କରେ ଆଲୋଚନା କରିଥିଲେ।ପରିଦର୍ଶନ ସମୟରେ ବିଧାୟକ ହସ୍ପିଟାଲର ବିଭିନ୍ନ ୱାର୍ଡର ପରିଷ୍କାର-ପରିଚ୍ଛନ୍ନତା, ରୋଗୀଙ୍କ ପାଇଁ ଉପଲବ୍ଧ ସୁବିଧା, ଚିକିତ୍ସା ପ୍ରକ୍ରିୟା ଓ ଦୈନନ୍ଦିନ ବ୍ୟବସ୍ଥା ତଦାରଖ କରିଥିଲେ। ବିଶେଷକରି ଗରୀବ ଓ ଦୂରଦୂରାନ୍ତରୁ ଚିକିତ୍ସା ଆଶାରେ ଆସୁଥିବା ଲୋକମାନେ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ବିଧାୟକ ଗୁରୁତ୍ୱ ଦେଇଥିଲେ।ବିଧାୟକ ଶିଶୁ ବିଭାଗକୁ ଯାଇ ସେଠାରେ ଚିକିତ୍ସାଧୀନ ଶିଶୁମାନଙ୍କୁ ଦେଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।ଏହି ସମୟରେ ପ୍ରାୟ ଏକ ବର୍ଷ ବୟସର ଜଣେ ଶିଶୁ ଉପରେ ଗରମ ପାଣି ପଡ଼ି ଗୁରୁତର ଭାବେ ପୋଡ଼ି ଯାଇଥିବା ଘଟଣା ତାଙ୍କ ନଜରକୁ ଆସିଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ସେ ତୁରନ୍ତ ଫୋନ୍ ଯୋଗେ ସମ୍ପୃକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସହ ଶିଶୁଟିକୁ ଆବଶ୍ୟକ ଓ ଉପଯୁକ୍ତ ଚିକିତ୍ସା ଯେପରି ତୁରନ୍ତ ମିଳେ, ସେଥିପାଇଁ ସେ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।ଚିକିତ୍ସାଳୟର ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ଅଧିକାରୀ, ଡାକ୍ତର ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ରୋଗୀମାନଙ୍କୁ ଆବଶ୍ୟକ ଔଷଧ, ପରୀକ୍ଷା, ଉତ୍ତମ ଚିକିତ୍ସା ଓ ମୌଳିକ ସୁବିଧା ଯୋଗାଇଦେବା ସହ ହସ୍ପିଟାଲର ସାମଗ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ।