ଓଡ଼ିଶା ମାଟ୍ରିକ୍ ପରୀକ୍ଷା ୨୦୨୭: ମାର୍ଚ୍ଚ ୧୨ରୁ ଆରମ୍ଭ, ୨୭ରେ ଶେଷ
ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ସୂଚୀ ଜାରି କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE), ଓଡ଼ିଶା।
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁସାରେ, ଆସନ୍ତା ୧୨ ମାର୍ଚ୍ଚରୁ ପରୀକ୍ଷା ଆରମ୍ଭ ହୋଇ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।ପରୀକ୍ଷା ସମୟ: ପ୍ରତିଦିନ ସକାଳ ୯ଟାରୁ ୧୧ଟା ୩୦।
କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ମିଳିବ। ଗଣିତ ପରୀକ୍ଷା ସକାଳ ୧୧ଟା ୪୫ରେ ଶେଷ ହେବ।ଆବେଦନର ଶେଷ ତାରିଖ:ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍ଲାଇନ୍ ଫର୍ମ ପୂରଣର ଶେଷ ତାରିଖ ୨୧ ନଭେମ୍ବର ୨୦୨୬ ରାତି ୧୧ଟା ୪୫ ମିନିଟ୍ ରହିଛି।
ରେଗୁଲାର ଓ ଏକ୍ସ-ରେଗୁଲାର ଉଭୟ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ କରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରନ୍ତୁ।
#BSEOdisha #MatricExam2027 #OdishaEducation #InformationMedia
