କୁଟୀନାଯୁ ଗ୍ରାମର ଜଣେ ଯୁବକ ବାସୁଦେବ ପ୍ରଧାନ ଙ୍କ ପାଣିରେ ବୁଢ଼ୀ ଯୁବକ ଙ୍କ ମୃତ୍ୟୁ
କନ୍ଧମାଳ ତା:- ୧୯/୯ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ, ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଟୀନାଯୁ ଗ୍ରାମର ଜଣେ ଯୁବକ ବାସୁଦେବ ପ୍ରଧାନ ଙ୍କ ମୃତ୍ୟୁ ଘଟଛି l ସୂଚନା ଅନୁସାରେ ସବୁଦିନ ପରି ଆଜି ବି ବାସୁଦେବ ନିଜ ଗାଁ କୁଟୀନାଯୁ ସ୍ଥିତ ଚୁଁଆ କୁ ଗାଧେଇବାକୁ ସକାଳୁ ୧୦ ସମୟ ରେ ଯାଇଥିଲେ l କିନ୍ତୁ କିଏ ଜାଣିଥିବ ମୃତ୍ୟୁ ଚୁଁଆ ଭିତରେ ଲୁଚି ଛପି ରହି ଏଭଳି ଦାଉ ସାଜିଥିବ ଭାଗ୍ୟର ବିଡମ୍ବନା ରେ କିଏ ବା କାହାକୁ ଅଟକ ରଖି ପାରିବ ନିମିଷକ ମଧ୍ୟରେ ଚାଲିଗଲା ଜୀବନ l ଘରେ ସ୍ତ୍ରୀ ଅପେକ୍ଷା ରେ ରହି ରହି ଶେଷରେ ଚୁଁଆ କୁ ଯାଇ ଦେଖିଲା ବେଳେ ସ୍ୱାମି ର ଗାମୁଛା ବାହାରେ ଥିବା ଦେଖି ଗାଁ ଲୋକଙ୍କୁ ଡକାଡକି କରି ତୁରନ୍ତ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏବଂ ଟିକାବାଲି ପୋଲିସ କୁ ଖବର ଦେଇ ଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି UD କେସ ନଂ ୧୬/୨୬ ରେ ଏକ ମାମଲା ରୁଜୁ କରି ଶବବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାକୁ ପଠେଇ ଥିବା ସୂଚନା ଦେଇଛନ୍ତି ଟିକାବାଲି ଥାନା ଅଧିକାରୀ l ଏଭଳି ଏକ ଦୁଖଃଦ ଖବର ପାଇଁ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି l
