କୁଜେନ୍ଦ୍ରି ଉଚ୍ଚ ବିଦ୍ୟାଳୟରେ “ପିଏମଶ୍ରୀ ୨୦୨୬-୨୬” ପାଳିତ
ରାୟଗଡ( info media )ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ପିଏମଶ୍ରୀ ୨୦୨୫-୨୬ ମହୋତ୍ସବ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ମୁଖ୍ୟବକ୍ତା ରୂପେ କୈଳାଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷିକେଶନ ବାଗ୍, ସମ୍ମାନିତ ଅତିଥି ଭାବରେ କୁଜେନ୍ଦ୍ରି ସରପଞ୍ଚ ରମେଶ ଶବର,କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସହଦେଵ ଲିମା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ ସଦସ୍ୟ, ଅବିଭାବକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ମଧ୍ୟରେ ଗଣିତ ସର୍କଲ,ବିଜ୍ଞାନ ସର୍କଲ,ପଠନ ଶୈଳୀ ର ଅଭିବୃଦ୍ଧି, ଶିକ୍ଷା ଉପକରଣ, କୁଇଜ ଓ ନମୁନା ବିଧାନସଭା ଆଦି ପ୍ରକଳ୍ପ ଗୁଡିକ ସ୍ଥାନିତ କରାଯାଇଥିଲା। ସେଗୁଡ଼ିକ ଅତିଥି ମାନଙ୍କ ଦ୍ୱାରା ପରିଦର୍ଶନ ହୋଇଥିଲା।ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ଏହି ଉତ୍ସବ ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ | ସେହିପରି ମୁଖ୍ୟବକ୍ତା ଶ୍ରୀ ବାଗ୍ ପିଏମ୍ ଶ୍ରୀ ଯୋଜନାକୁ ସଫଳ କରିବା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସ ହେବା ଉଚିତ୍ ଏବଂ ପିଏମ୍ ଶ୍ରୀ ଯୋଜନାର ଆକାଂକ୍ଷୀ ଉପାଦାନ, ଦୃଷ୍ଟିକୋଣ ଓ ଶିକ୍ଷାମୂଳକ ଭ୍ରମଣ ସମ୍ପର୍କରେ ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ପରିବର୍ତ୍ତନ ଦିଗରେ ଆଲୋକପାତ କରିଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କବିତା ପାଠ, ଗଳ୍ପ କଥନ, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପରି ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ବିଦ୍ୟାଳୟର କଟେଶ୍ୱର ବେହେରା, ରାଜେନ୍ଦ୍ର ରାଙ୍ଗଲୀ,ସଂଜିତା ତ୍ରିପାଠୀ,ଗୌରୀ କୁମାରୀ ପଣ୍ଡା,ନୀତେନ୍ଦ୍ର ସାହୁ,ସନ୍ତୋଷ କୁମାର ତୁଳ,ତୋଫାନ କୁମାର ପଣ୍ଡା,ପ୍ରମୋଦିନୀ ଚୌଧୁରୀ,ମନୋରମା ଗିରି,ନନ୍ଦିନୀ ଶବର,ମନୋଜ କୁମାର କୁସୁଲିଆ,କେ. ନୀଲାୱେଣୀ,ସୁଚିତ୍ରା ଗମାଙ୍ଗ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ |ଏହି ମହୋତ୍ସବକୁ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
