କାର୍ତ୍ତୀକ ପୂର୍ଣ୍ଣିମାରେ ଦିନ ତମାମ ଲୋକଙ୍କୁ ମୁକ୍ତ ଭାବେ ଚାହା ପିଆଇ ପ୍ରଶଂସା ସାଉଁଟିଲେ ଭୀନ୍ନକ୍ଷମ ସୁବାସ।

କାର୍ତ୍ତୀକ ପୂର୍ଣ୍ଣିମାରେ ଦିନ ତମାମ ଲୋକଙ୍କୁ ମୁକ୍ତ ଭାବେ ଚାହା ପିଆଇ ପ୍ରଶଂସା ସାଉଁଟିଲେ ଭୀନ୍ନକ୍ଷମ ସୁବାସ।

କାର୍ତ୍ତୀକ ପୂର୍ଣ୍ଣିମାରେ ଦିନ ତମାମ ଲୋକଙ୍କୁ ମୁକ୍ତ ଭାବେ ଚାହା ପିଆଇ ପ୍ରଶଂସା ସାଉଁଟିଲେ ଭୀନ୍ନକ୍ଷମ ସୁବାସ।

ଗଜପତି,ତା ୨୪/୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଦେହ ତାର ଭିନ୍ନକ୍ଷମ,ଦାନ କରିବାକୁ ମନ ସଂପୂର୍ଣ୍ଣ।ଏପରି ଏକ କାର୍ଯ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାମଗିରି ଠାରେ। ନାଆଟି ଯାର ସୁବାସ ଚନ୍ଦ୍ର ସାହୁ। ବୟସ ୩୫ ବର୍ଷ। ଜଣେ ଭିନ୍ନକ୍ଷମ। ନିଜଘର ଗଞ୍ଜାମ ଜିଲ୍ଲା ପାଟପୁର। ନିଜର ପେଟପାଟଣା ଲାଗି ପାଟପୁର ଛାଡି ରାମଗିରି ଚାଲିଆସି, ଗତ ୨୦୧୨ ମସିହା ଠାରୁ ଆଜିଯାଏ ରାମଗିରି ହାଟପଦାରେ ଗୋଟିଏ ଛୋଟିଆ କେବିନ ଟିଏ କରି ଚାହା ବିକ୍ରି କରି ନିଜର ପରିବାରକୁ ଚଳେଇଥାନ୍ତି। ଦୀର୍ଘ ବର୍ଷ ହେଲା ଚାହା ବିକ୍ରିକରିବା ସହିତ ଲୋକଙ୍କ ଭଲପାଇବା ସାଉଁଟିଛନ୍ତି ସୁବାସ। ଅଞ୍ଚଳବାସୀ ତ ସେଠି ଖଟିସହ ଚାହା ପିଇଥାନ୍ତି ସତ। ତହିଁ ସାଥେସାଥେ ରାସ୍ତାରେ ଯାଉଥିବା ଅନେକ ଯାନବାହାନରେ ଯାଉଥିବା ଯାତ୍ରୀ ମଧ୍ୟ ଅଟକି ଥାନ୍ତି ସୁବାସ ଚାହା ଦୋକାନରେ। ଚାହାପିଇ ପଇସା ଦିଅନ୍ତି ସତ କିନ୍ତୁ ଲାଗେ ମାଗଣା ଚାହା ଦୋକାନ ।

ସେଥିପାଇଁ ବୋଧେ ଲୋକଙ୍କ ଏତେ ଭିଡ। ନା ଆଜ୍ଞା ମାଗଣା ଚାହା ନୁହଁ,ଲୋକଙ୍କୁ ଟାଣି ଆଣେ ସୁବାସ ର ବ୍ୟବହାର। ଆଜି ପୁଣି ସୁବାସ ଚହଳ ପକେଇଛି ଏଇ ଅଞ୍ଚଳରେ। ଆଜି ପବିତ୍ର କାର୍ତ୍ତିୀକ ପୂର୍ଣ୍ଣିମାରେ ଅଞ୍ଚଳର ଲୋକଙ୍କୁ ଓ ରାସ୍ତାରେ ଆସୁଥିବା ସମସ୍ତ ଯାତ୍ରୀ ମାନଙ୍କୁ ଆଜି ଦିନ ତମାମ ମାଗଣା ଚାହା ପିଆଇ, ସମସ୍ତଙ୍କୁ ଖୁସି କରିବା ସାଥେ ସାଥେ ଦେଖେଛନ୍ତି ନିଜର ମଣିଷ ପଣିଆ। ସୂଚନାରୁ ଜଣାପଡିଛି ଯେ, ସୁବାସ କେବଳ ଆଜି ହିଁ ନୂହେଁ, ପ୍ରତିବର୍ଷରେ ଥରେ କିବା ଦୁଇଥର ଏପରି ମାଗଣରେ ଲୋକଙ୍କୁ ଚାହା ବାଣ୍ଟୁଥିବା କିଛି ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଛି।

ସୁବାସ ଙ୍କ ଏପରି ମହାନତା ପାଇଁ ଅଞ୍ଚଳରେ ବାଃ ବାଃ ଆସୁଥିବା ଦେଖିବାକୁ ମିଳିଛ ।