ବାଇକ ଟ୍ରଲର ମୁହାଁମୁହିଁ ଧକା, ଜଣେ ମୃତ ଜଣେ ଆହତ। ଗାଡି ଭାଙ୍ଗି ଚୁରମାର।
ଗଜପତି,୨୪/୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ରାୟଗଡ ଥାନା ଜିରାଙ୍ଗ ରୁ ମୋହନା ଥାନା ଜିରାଙ୍ଗ ବୌଦ୍ଧ ମନ୍ଦିର କୁ ଦୁଇଟି ବାଇକ ରେ ପାଞ୍ଚ ଜଣ ସାଙ୍ଗ ବୁଲିବାକୁ ବୁଲିବାକୁ। ବୁଲା ବୁଲି ସାରି ନିଜ ଗାଁ ଜିରାଙ୍ଗ ଅଭିମୁଖେ ଫେରୁଥିବା ବେଳେ ଆର.ଉଦୟଗିରି ଥାନା କୁଶୁପଲ୍ଲୀ ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର କୁ ସାମ୍ନା ପଟୁ ଧକ୍କା ହୋଇଥିଲା । ଫଳରେ ଛିଟିକି ହୋଇ ପଡି ଥିଲେ । ଦୁର୍ଘଟଣା ଟି ଏତେ ଜୋର୍ ରେ ହୋଇଥିଲା ଯେ ବାଇକ୍ ଟି ସମ୍ପୂର୍ଣ ଚୁର ମାର ହୋଇଯାଇଛି । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ରାୟଗଡ ଥାନା ଜିରା ଙ୍ଗ ରଥ ଦାଣ୍ଡ ସାହିର ଶଙ୍କର ଗୁରୁ ଓରଫ ରାଜେଶ ଗୁରୁ ।
ଆହାତ ଯୁବକ ଜଣକ ହେଲେ ସେହି ଗ୍ରାମର ମହେଶ୍ୱର ବେହେରା । ଉଭୟ ଙ୍କୁ ସାଙ୍ଗରେ ଆସିଥିବା ସାଙ୍ଗ ମାନେ ବାଇକ୍ ଯୋଗେ ଚନ୍ଦ୍ରଗିରି ମେଡିକାଲ୍ କୁ ନେଇ ଆସିଥିଲେ ।
ସେଠାରେ ତାଙ୍କୁ ଡାକ୍ତର ଅଜିତ୍ କୁମାର ସାହୁ ମୃତ ଘୋଷଣା କଲେ । ଘଟଣା ସ୍ଥଳରେ ଆର ଉଦୟଗିରି ଥାନା ପୋଲିସ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ତଦନ୍ତ ଚଳାଇଛି ।
