Home / Odisha News / ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ :- ତା ୦୭/୧୦/୨୦୨୬ (ରିପୋର୍ଟ କୁନା ଦିଗାଲ )ଆଜି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟ ଟିକାବାଲିରେ ଦିନ ଏକ ସାମଗ୍ରିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଆଜିର କାର୍ଯ୍ୟକ୍ରମ ଟିକାବାଲି ଥାନା ଏସ୍.ଆଇ, ଶ୍ରୀ ପ୍ରଦୀପ କୁମାର ରାଉଳ ,ଏ.ଏସ୍.ଆଇ. ଶ୍ରୀ ରମାକାନ୍ତ ସେଠୀ , ଏ.ଏସ୍.ଆଇ. ଶ୍ରୀ ପଞ୍ଚାନନ ମଲିକ , ସି.ଆର.ସି. ,ଶ୍ରୀମତୀ ଶୁଭସ୍ମୃତି ଦାଶ , ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ଦାସ , କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ଶତାଧିକ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ନିଶାମୁକ୍ତି , କିଶୋରୀ-ମାତୃତ୍ୱ ଓ ସାଇବର ସୁରକ୍ଷା ଉପରେ ବିଷଦ ବକ୍ତବ୍ୟ ରଖିଥିଲେ । ସ୍ତାନୀୟ ପୋଲିସ ଅଧିକାରୀ ପୋସ୍କୋ ନିୟମ , ସାଇବର ଅପରାଧ ଓ ସାମାଜିକ ତଥା ବ୍ୟକ୍ତିଗତ ସୁରକ୍ଷା ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତଙ୍କର ମିଳିତ ପ୍ରୟାସରେ ପରିବାର, ବିଦ୍ୟାଳୟ, ସମାଜ ଓ ଯୁବପିଢ଼ି ଦ୍ୱାରା ଏକ ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ସମାଜ ଗଢ଼ି ଉଠିପାରିବ ବୋଲି ମତାମତ ପ୍ରକାଶ ପାଇଥିଲା ।ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ଶଙ୍କର ପାଢ଼ୀ ସଂଯୋଜନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।