ନୂଆଗଡ଼ ବ୍ଲକ ଖଜୁରୀପଦା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଫଳ ଚାଷୀଙ୍କୁ କାର୍ଯ୍ୟାଦେଶ ଓ ସବସିଡି ଚେକ୍ ପ୍ରଦାନ କରାଯାଇଛି।

ନୂଆଗଡ଼ ବ୍ଲକ ଖଜୁରୀପଦା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି।

ନୂଆଗଡ଼ ବ୍ଲକ ଖଜୁରୀପଦା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଫଳ ଚାଷୀଙ୍କୁ କାର୍ଯ୍ୟାଦେଶ ଓ ସବସିଡି ଚେକ୍ ପ୍ରଦାନ କରାଯାଇଛି।

ଗଜପତି/ ୧୭ ନଭେମ୍ବର/ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ବାବାସାହେବ ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ମେଳାରେ ପ୍ରାଣୀ ସମ୍ପଦ ବିକାଶ, ମତ୍ସ୍ୟ, କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମୋଟ ୧୦ଟି ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଞ୍ଜିକରଣ ଓ ପ୍ରାତଃ ଭୋଜନ ପରେ ଅଂଶଗ୍ରହଣକାରୀ ଚାଷୀ ଏବଂ ଅତିଥିମାନେ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ସଫଳ ଚାଷୀ ତଥା ଉଦ୍ୟୋଗୀ ପବିତ୍ର ଗମାଙ୍ଗୋ, ଜୟ ରାଇତ, ଲୋକନାଥ ମଣ୍ଡଳ ଏବଂ ସୁଦାମ ଶବର ନିଜର ସଫଳତାର ଅନୁଭୂତି ବର୍ଣ୍ଣନା କରିବା ସହ ଉପସ୍ଥିତ କୃଷକମାନଙ୍କ ସହ ମତ ବିନିମୟ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ତପସ୍ୱିନୀ ନାୟକଙ୍କ ସ୍ୱାଗତ ଭାଷଣରୁ ସାଧାରଣ ସଭା ଆରମ୍ଭ ହୋଇଥିଲା।

ଏଥିରେ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପୁରୁଷୋତ୍ତମ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ତୁଷାରେନ୍ଦୁ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ବିଡିଓ ଶ୍ରୀ ଲୋକନାଥ ଶବର, ତହସିଲଦାର ଡ଼. ମୋନାଲିସା ଆଚାର୍ଯ୍ୟୀ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ ଏବଂ ସିଡିପିଓ ଶ୍ରୀମତୀ ରାଜେଶ୍ୱରୀ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ସଭାରେ ଚାରା ଉଦ୍ୟୋଗୀ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, PIATBT ଏବଂ MPY ଅଧୀନରେ ହିତାଧିକାରୀ ପବିତ୍ର ଗମାଙ୍ଗୋ, ଜୟ ରାଇତ, ଲୋକନାଥ ମଣ୍ଡଳ ଓ ସୁଦାମ ଶବରଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏହାସହ ଶ୍ରୀଧର ମଣ୍ଡଳ ଏବଂ ଶିବାନନ୍ଦ ରାଇତଙ୍କୁ ସବସିଡି ଚେକ୍ ପ୍ରଦାନ କରାଯାଇଥିଲା। ଶେଷରେ ସ୍କୁଲ ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବ୍ଲକ ମତ୍ସ୍ୟ ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ସାବତ ଧନ୍ୟବାଦ ଅର୍ପଣ କରିଥିଲେ।