ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଙ୍କ ଦ୍ୱାଦଶ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ କୋଣ୍ଡା ବାବୁ
ରାୟଗଡ( Info media)ରାୟଗଡ ଜ଼ିଲ୍ଲା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ଅଣ କଂଗ୍ରେସ ର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଙ୍କ ଦ୍ୱାଦଶ ଦଶାହ କାର୍ଯ୍ୟକ୍ରମ ଆଜି ଗୁଣୁପୁର ନଗର ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଦ୍ଵାଦଶ କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ର ନିମନ୍ତ୍ରିତ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଭାପତି ୟାଲା କୋଣ୍ଡା ବାବୁ ଓ ତାଙ୍କ ସହିତ ରାୟଗଡ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ବିଦ୍ୟା ଧର ଶବର,ସରକାରୀ ଆଇନଜୀବୀ ବିରୋଜା ପାତ୍ର, ଅନ୍ୟ ସରକାରୀ ଆଇନଜୀବୀ ଉମା ଶଙ୍କର ପାଢୀ, ପୂର୍ବତନ ରାୟଗଡ ଜ଼ିଲ୍ଲା ପରିଷଦ ଅଧକ୍ଷ ବିଜୟ ଗୋମଂଗ ଙ୍କ. ପୁତ୍ର ଅଭିନାଷ ଗୋମାଙ୍ଗ, ଟ୍ରକ ମାଲିକ ଏନ ଆଦିନାରାୟଣ ରାଓ ଙ୍କ ସମତେ ବହୁ କୋଣ୍ଡା ବାବୁ ଙ୍କ ସମର୍ଥକ ଓ ବିଜେପି କର୍ମୀ ଯୋଗଦେଇ ତାଙ୍କ ର ସ୍ମୃତିଚାରଣ କରିବା ସହ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜନସେବା ପ୍ରତି ତାଙ୍କର ନିଷ୍ଠା, ସରଳ ବ୍ୟକ୍ତିତ୍ୱ ଏବଂ ସମାଜ ପ୍ରତି ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ପରମପିତା ପରମେଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରିଥିଲୁ ବୋଲି କୋଣ୍ଡା ବାବୁ କହିଛନ୍ତି l ସେ ପୁଣି କହିଛନ୍ତି ଯେ ସରକାରୀ ଚାକିରୀ ଛାଡି ଲୋକଙ୍କ ସେବା କରିବା ନିମନ୍ତେ ଆଗେଇ ଆସିଥିଲେ ଓ ପ୍ରଥମ କରି ଜନତା ଦଳ ଟିକେଟ ରେ କଂଗ୍ରେସ ର ଗଡ଼ ଭାବେ ପରିଚିତ ଦୁର୍ଗ କୁ ଭାଙ୍ଗି ପ୍ରଥମ ବ୍ୟକ୍ତି ଯିଏ କି ଅଣ କଂଗ୍ରେସ ବିଧାୟକ ହୋଇଥିଲେ l ପରେ ସେ ପୁଣି ଠାରେ ବିଜେପି ଟିକେଟ ରୁ ଏହି ଗୁଣୁପୁର ରୁ ବିଧାୟକ ହୋଇଥିଲେ l ସେ ସଙ୍ଗର୍ସ ମୟ ଜୀବନ ବିତାୟୀ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ବୋଲି କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
