ଇନ୍ଦ୍ରାବତୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର
ନବରଙ୍ଗପୁର ମେଦ୍ରୀ ସାହିର ସିରିସା ନାୟକ ସେଲ୍ଫି ନେବା ସମୟରେ ଇନ୍ଦ୍ରାବତୀ ନଦୀରେ ଖସିପଡ଼ିଥିଲେ। ୩ ଦିନ ପରେ ନଦୀ କୂଳ ନିକଟ ଏକ ରିସୋର୍ଟ ପଛପଟେ ଗଛ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।ପରିବାର ସହ ବନ୍ୟା ପାଣି ଦେଖିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ନବରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।🙏 ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା। ବନ୍ୟା ସମୟରେ ନଦୀ ଓ ଜଳଭରା ଅଞ୍ଚଳ ନିକଟକୁ ଯିବାରୁ ଦୂରେଇ ରହି ସତର୍କ ରୁହନ୍ତୁ।
