ବିକଶିତ ଭାରତ ଭି ବି ଜି ରାମ ଜି ସଚେତନତା ଲୋକନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଆକ୍ଟ -୨୦୨୫

ବିକଶିତ ଭାରତ ଭି ବି ଜି ରାମ ଜି ସଚେତନତା ଲୋକନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଆକ୍ଟ -୨୦୨୫

ବିକଶିତ ଭାରତ ଭି ବି ଜି ରାମ ଜି ସଚେତନତା ଲୋକନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଆକ୍ଟ -୨୦୨୫

କନ୍ଧମାଳ -: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରୀୟ କାର୍ଯ୍ୟଳୟ ଫୁଲବାଣୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ସରକାର ଆୟୋଜନ ରେ ଭି ବି ଜି ରାମ ଜି କିମ୍ଵା ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଫର ଆଜୀବିକା ମିଶନ ଗ୍ରାମଣୀ ବିଷୟ ବସ୍ତୁ ଉପରେ ବନବାସୀ କଳା ସାଂକୃତିକ ବିକାଶ ପରିଷଦ,ଦ୍ୱାରା ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ସଂଗଠନ ଓରଦା ସ୍ବେଛାସେବୀ ଅନୁଷ୍ଠାନ ଟିପାରିଗାଁ(ଜେଡିନାଯୁ ), ଟିକାବାଲି ଅନୁଷ୍ଠାନର କଳାକାର ବୃନ୍ଦ ଅତି ସୁନ୍ଦର ଭାବରେ ଭି. ବି. ଜି ରାମ ଜି ର ଲକ୍ଷ୍ୟ, ଉଦେଶ୍ୟ, ଉପକାର ଏବଂ ସଂକଳ୍ପ କୁ ନୃତ୍ୟ ଓ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ l ଯାହାକି ଉପସ୍ଥିତ ଜନସାଧାରଣଙ୍କ ବେଶ ହୃଦୟଶ୍ଵର୍ଷି ଓ ମନଛୁଆଁ ଥିଲା ଉକ୍ତ ନାଟକ ଅଭିନୟ ଦେଖୀ କାର୍ଯ୍ୟକ୍ରମ ପରିଚାଳନା ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ନନ୍ଦ,କ୍ଷେତ୍ର ପ୍ରଚାର ସହାୟକ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷେତ୍ରିୟ କାର୍ଯ୍ୟଳୟ ଫୁଲବାଣୀ ,ସୁଡ୍ରେଜୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ,ଖଜୁରୀପଡା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଯୁକ୍ତ ସୂର୍ଯ୍ୟ ନାରାୟଣ ସେନାପତି, ନାଏବ ସରପଞ୍ଚ ଶ୍ରୀ ଯୁକ୍ତ ଗଣେଶ ପ୍ରଧାନ,ଏ ଡି ଓ ସଂଜୀବ ପ୍ରଧାନଙ୍କ ସମେତ ମଞ୍ଚାସିନ ପଦାଧୀକାରି ବନବାସୀ କଳାକାର ଙ୍କୁ ପ୍ରଂଶସା ରେ ପୋତି ପକେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ପ୍ରତିଟି ଗ୍ରାମରେ ଆୟୋଜନ କରାଯିବାକୁ ନିଜ ଅଭିଵାଷଣ ମତ ପ୍ରକାଶ କରିଥିଲେ l