ପାରଳା ସହରର ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା: ଯାତାୟାତ ବିପର୍ଯ୍ୟସ୍ତ ।

ପାରଳା ସହରର ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା: ଯାତାୟାତ ବିପର୍ଯ୍ୟସ୍ତ ।

*ପାରଳା ସହରର ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା: ଯାତାୟାତ ବିପର୍ଯ୍ୟସ୍ତ ।

ଗଜପତି (ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତା ସାରା ବଡ଼ ବଡ଼ ଖାଲଖମା ଭରି ରହିଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଛି। ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଛୋଟବଡ଼ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ତଥାପି ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ବିଶେଷ କରି ସାମାନ୍ୟ ବର୍ଷା ହେଲେ ଏହି ଖାଲଖମା ଗୁଡ଼ିକରେ ବର୍ଷା ଓ କାଦୁଅ ପାଣି ଜମି ରହୁଛି। ଫଳରେ ରାସ୍ତାରେ ଯାଉଥିବା ପଥଚାରୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନଙ୍କୁ ଡାକ୍ତରଖାନା ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଏହି ଖରାପ ରାସ୍ତା ଦେଇ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ବାରମ୍ବାର ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୌରପାଳିକା ଏବଂ ସମ୍ପୃକ୍ତ ବିଭାଗକୁ ଏ ନେଇ ଅବଗତ କରାଯାଇଥିଲେ ସୁଦ୍ଧା ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଛି ବୋଲି ସହରବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।