ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତ ଯୁବପିଢ଼ିଙ୍କ ପାଇଁ ମାନସିକତା , ସଂସ୍କୃତି ଓ ଯୁବଶକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତ ଯୁବପିଢ଼ିଙ୍କ ପାଇଁ ମାନସିକତା , ସଂସ୍କୃତି ଓ ଯୁବଶକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

*ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତ ଯୁବପିଢ଼ିଙ୍କ ପାଇଁ ମାନସିକତା , ସଂସ୍କୃତି ଓ ଯୁବଶକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି,୧୩.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ନଗର ଭବନଠାରେ ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତ ଯୁବପିଢ଼ିଙ୍କ ପାଇଁ ମାନସିକତା , ସଂସ୍କୃତି ଏବଂ ଯୁବ ଶକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ସମେତ ଆର୍ନ୍ତଜାତୀକ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଥିବା ଯୁବ ଶିବିର ଏବଂ ଅନ୍ତର୍ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏବଂ ଅତିଥି ମାନଙ୍କୁ ଶିକ୍ଷା , ବ୍ୟକ୍ତିଗତ ବିକାଶ , ଦକ୍ଷତା ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ଉପରେ ଏକତ୍ରିତ କରିଥିଲା।ଏହି ଶିବିର କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଅନ୍ତର୍ଜାତୀୟ ମନଶିକ୍ଷା ପ୍ରତିଷ୍ଠାନର ମନଶିକ୍ଷା ବିଭାଗ ବିଶେଷଜ୍ଞ ପ୍ରଫେସର ସ୍ୱାପ୍ନିଲ ବିଜୟ କଦମ , ଯିଏ ମନ-ଶିକ୍ଷା ତଥା ମାନସିକ ଚାପ ପରିଚାଳନା ଉପରେ ଦୁଇଟି ଆକର୍ଷଣୀୟ ଅଧିବେଶନ ପରିଚାଳନା କରିଥିଲେ।ଯୁବ ଅଂଶଗ୍ରହଣକାରୀମାନଙ୍କୁ ମାନସିକ ଚାପ ମୁକ୍ତ,ଚାପ ପରିଚାଳନା ଏବଂ ଏକ ସୁସ୍ଥ ଓ ଦୃଢ଼ ମାନସିକତା ବିକଶିତ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ଗଜପତିରେ ସଲ୍ଟ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଯୁବ-ବିକାଶ ପଦକ୍ଷେପ ଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।ଏହି ସଂଗଠନ ଏହାର ମାଗଣା କୋଚିଂ ଭାବେ ସ୍ପୋକେନ୍ ଇଂରାଜୀ , ଟେଲରିଂ ତାଲିମ ଏବଂ ନୃତ୍ୟ ଏକାଡେମୀ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପସ୍ଥାପନ କରିଛି , ଯାହା ବିଶେଷ ଭାବରେ ଅବହେଳିତ ଯୁବକ ଯୁବତୀମାନଙ୍କୁ ସମର୍ଥନ କରୁଥିବା ପ୍ରକାଶ କରିଥିଲେ।ଏହି ପ୍ରୟାସ ନୂଆଗଡ ବ୍ଲକ୍ ଅନ୍ତର୍ଗତ ବଡ଼ପଦା ସ୍ଥିତ ଆମ୍ବେଦକର ଡିଗ୍ରୀ କଲେଜରେ ଆରମ୍ଭ ହୋଇଥିଲା , ଏଭଳି କାର୍ଯ୍ୟକ୍ରମ କାଶୀନଗରର ଶ୍ରୀରାମ ଡିଗ୍ରୀ କଲେଜ ଏବଂ ଗୁମ୍ମା ବ୍ଲକ୍ ଆଶ୍ରୟଗଡ଼ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ନିଶା ଏବଂ ଗଭୀର ଚିନ୍ତନ ଉପରେ ଦୁଇଟି ଅଧିବେଶନ କେନ୍ଦ୍ରିତ ଥିଲା, ଯାହାକି ଏହା ଆଜିର ଯୁବପିଢ଼ି , ସମ୍ମୁଖୀନ ହେଉଥିବା ବାସ୍ତବତା ଏବଂ ଚ୍ୟାଲେଞ୍ଜ ସହିତ ସିଧାସଳଖ ଜଡିତ ସମସ୍ୟା ଗୁଡ଼ିକୁ ସମାଧାନ କରିଥିଲା।ଏହି ଅବସରରେ ପାରଳାଖେମୁଣ୍ଡିର ଟାଉନ ହଲଠାରେ ଶିକ୍ଷା , ବ୍ୟବହାରିକ ଦକ୍ଷତା , ମାନସିକ ଚାପ ପରିଚାଳନା ସଚେତନତା ଏବଂ ସାଂସ୍କୃତିକ ଅଭିବ୍ୟକ୍ତିକୁ ମିଶ୍ରଣ କରି ମାନସିକତା ଯୁବ ଶିବିର ସମାପ୍ତ ହୋଇଥିଲା।ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ରାଣୀପେଣ୍ଠସ୍ଥିତ ସୂର୍ଯ୍ୟ ଟେକ୍ନୋ +୨ କଲେଜ , ଶ୍ରୀରାମ ଡିଗ୍ରୀ କଲେଜ , କାଶିନଗର , ସାଇରୁଦ୍ର କଲେଜ ଅଫ୍ ନର୍ସିଂ, ରାଣୀ ପେଣ୍ଠ , ପାରଳାର ସମଲେଇ ନୃତ୍ୟ କଳା ପରିଷଦ , ଗୁଣୁପୁର ଆଦିବାସୀ ଗୋଷ୍ଠୀ , ସି ୟୁ ଟି ଏମ୍ ବିଶ୍ୱବିଦ୍ୟାଳୟର ନୃତ୍ୟ ଦଳ ଗୁଡ଼ିକ ଅଂଶଗ୍ରହଣ କରଥିଲେ।
ଏହି ଆନ୍ତର୍ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ସମଲେଇ ନୃତ୍ୟକଳା ପରିଷଦର ଦଳଗତ ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। କୃତିତ୍ବ ହାସଲ କରିଥିବା ଦଳଙ୍କୁ ପ୍ରମାଣପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟା ହଲମାର୍କ ଜୁଏଲର୍ସର ଏମଡି ପୋଟନୁରୁ ରାମକୃଷ୍ଣ ସମ୍ମାନିତ ଅତିଥି ଏବଂ ବ୍ଲକ କୃଷି ଅଧିକାରୀ ସନ୍ଦୀପ କୁମାର ପାଣି ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।