ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତି ର ଶବ ପଡ଼ିଥିବା ଦେଖି ଅଞ୍ଚଳ ରେ ପ୍ରକାଶ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହ ରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ଶିବରାତ୍ରୀ ପୂର୍ବରୁ ଶିବାଳୟ ହେଲା ପରିଷ୍କାର
*ଶିବରାତ୍ରୀ ପୂର୍ବରୁ ଶିବାଳୟ ହେଲା ପରିଷ୍କାର* ଗଜପତି,୭.୨(ମନୋଜ ପାଢ଼ୀ):- ଆଗକୁ ଆସୁଥିବା ମହା ଶିବରାତ୍ରୀକୁ ନେଇ ସହର ତଥା ଗାଁର ସମସ୍ତ ଶିବାଳୟ ଏବେ ଚଳଚଞ୍ଚଳ। ସମସ୍ତ…
କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳନ ସହ ବୃକ୍ଷ ରୋପଣ ।
କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳନ ସହ ବୃକ୍ଷ ରୋପଣ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ତା ୧୫, ୮ ,୨୦୨୫,କେଶରା ଉଚ୍ଚ ପ୍ରାଥମିକ…
ରାସ୍ତାକଡ଼ ସାଇନ୍ବୋର୍ଡରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ ।
ରାସ୍ତାକଡ଼ ସାଇନ୍ବୋର୍ଡରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ । ଆର, ଉଦୟଗିରି ୩୦ା୧୧(ନିପ୍ର): ଶୁଦ୍ଧିଘର ଭୋଜି ଖାଇ ଫେରିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ…
