ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ l

ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ l

ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ l

ଆସିକ:( 8/5/2026) ( ଗଣେଶ)ଜିଲ୍ଲା ଜନ ଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା ଧରାକୋଟ ତହସିଲ କାର୍ଯ୍ୟଳୟ ବୈଠକ ଗୃହରେ ତହସିଲ ଅଧିନରେ ଚାଲିଥିବା 284 ହେଚ ଏଲ ବି ର ଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ସନ୍ତୋଷ କୁମାର ଆଚାର୍ଯ୍ୟ,ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ, ତନ୍ମୟ ବେହେରା, ସୁଦୀପ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ତିରିଶି ଜଣ ସୁପରଭାଇଯର ଏଥିରେ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ। ସଂପ୍ରତି 61 ଗୋଟି ହେଚ ଏଲ ବି ରେ ଗଣନା ସରିଥିବା ବେଳେ ଆସନ୍ତା 10 ତାରିଖ ମଧ୍ୟରେ ଗଣନା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ଜନ ଗଣନା ଅଧିକାରୀ ନିର୍ଦ୍ଦେଶ ଦେବାସହ ଯେଉଁ ସୁପର ଭାଇଯର ଓ ଗଣନାକାରୀ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ