ପାରଳାଖେମୁଣ୍ଡି ସ୍ଥିତ ମା’ ବନଦୁର୍ଗା ମନ୍ଦିର ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ । ଗଜପତି:14/11(ମନୋଜ ପାଢୀ) ସାଢ଼େ ଚାରିମାସରେ ଫଇସଲା କଲେ ଅଦାଲତ ଦିନକୁ ଦିନ ବିଭିନ୍ନ ମନ୍ଦିର ତଥା ଘରେ ଚୋରି ଖବର ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଅଦାଲତରୁ ଆସିଛି। ଖବର ମୁତାବକ ତା ୨୪-୦୬-୨୦୨୫ରିଖରେ ପାରଳାଖେମୁଣ୍ଡିସ୍ଥିତ ମାଆ ବନଦୁର୍ଗା ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ସଜା ମିଳିଛି। ସୂଚନାଯୋଗ୍ୟ, ତା ୨୪-୦୬-୨୦୨୫ ରିଖ ଦିନ ୧୧ଟା ସମୟରେ ଯେତେବେଳେ ଏତଲାକାରି ପୂଜକ ମୁନା କାରୁଣ୍ୟ, ମନ୍ଦିରରେ ପୂଜା ସାରି ମନ୍ଦିର ଅଫିସରେ ଲୁଗା ବଦଳେଇବା ସମୟରେ ଅଫିସରେ ଲାଗିଥିବା ସିସିଟିଭିରେ ଦେଖିବାକୁ ପାଇଲେ ଯେ, କେହି ଜଣେ ମାଆ ବନଦୁର୍ଗାଙ୍କ ପିନ୍ଧିଥିବା ସୁନାଗହଣା ନିଜ ପକେଟରେ ଭର୍ତ୍ତି କରି ପଳେଇଯାଉଛି। ଏହା ଦେଖି ସେ ପାଟି କରିବାରୁ ସେଠାରେ ଲୋକମାନେ ଏକତ୍ରିତ ହୋଇ ଦୌଡ଼ି ପଳାଉଥିବା ଚୋରକୁ କାବୁ କରିନେଇଥିଲେ ଓ ପୋଲିସକୁ ଫୋନ କରି ଚୋରକୁ ହସ୍ତାନ୍ତର କରିଥିଲେ। ପରେ ଜଣାପଡିଥିଲା ଯେ, ଆସାମୀ ଜଣକ ସ୍ଥାନୀୟ ଜଙ୍ଗମ ସାହିର ପୋଲମହାନ୍ତି ପ୍ରସାଦ ରାଓ। ପରେ ଏତଲାକାରି ପୂଜକ ଏକ ମାମଲା ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୩୮ରେ ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ସବ-ଇନ୍ସପେକ୍ଟର ଲକ୍ଷ୍ମଣ ବେଶ୍ରା ଉକ୍ତ ମାମଲାର ତଦନ୍ତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆଜି ମାନ୍ୟବର ଜେଏମ୍ଏଫସି (ଏଲ.ଆର. ଓ ଏଲ.ଟି.ଭି.) ସତ୍ୟଜିତ ପାଣି ଅଭିଯୁକ୍ତଙ୍କ ବୟସକୁ ନଜରରେ ରଖି ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ମନ୍ଦିରରେ ପଶି ଚୋରି କରିବା)ରେ ୬ମାସର ସଜା ଓ ୫୦୦ଟଙ୍କାର ଜୋରିମାନା ତଥା ଧାରା ୩୩୧(୩) (ଲୁଚିଛପି ଘଟଣା ଘଟାଇବା) ରେ ୬ମାସର ସଜା ଓ ୫୦୦ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଏଲ. ସଞ୍ଜୟ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ତ୍ୱରିତ ବିଚାର କରାଯାଇ ମାତ୍ର ସାଢେ ଚାରିମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।
Related Posts
ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମ
ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମକୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ…
ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ
ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ…
ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଗ୍ରାମ ହେଉଛି ତୁଜେର ଗ୍ରାମ
ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଗ୍ରାମ ହେଉଛି ତୁଜେର ଗ୍ରାମ ରାୟଗଡ଼ା-୨୪-୧୦-୨୫ (ପ୍ରଫୁଲ୍ଲ କୁମାର ବେହେରା)ରାୟଗଡ଼ା ଜିଲ୍ଲାରେ ସରକାର ଗାଁ…
