ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମକୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା ସାପକୁ ଚିହ୍ନିବା, ସାପ କାମୁଡିଲେ ପ୍ରାଥମିକ ଚିକିତ୍ସା, ସମେତ ବନ୍ୟପ୍ରାଣୀ ଆଇନରେ ସାପର ସୁରକ୍ଷାକୁ ନେଇ ଥିବା ପ୍ରାବଧାନ ବିଷୟରେ ପିପିଟି ମାଧ୍ୟମରେ ବୁଝା ଯାଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଯେଉଁସବୁ ବିଷୟ ବୁଝା ଯାଇଥିଲା ସେଥିମଧ୍ୟରୁ କିଛି ବିଷୟକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉମେଶ କୁମାର ପାତ୍ର, ଏ. ସତ୍ୟ ନାରାୟଣ ସେନାପତି, ତ୍ରିପତି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ୱାରା ୧୦ ଜଣ ସର୍ପ ଉଦ୍ଧାରକଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ କୋଷାଧ୍ୟକ୍ଷ ଏମ. ଦିଲ୍ଲୀପ କୁମାର ମଞ୍ଚ ପରିଚାଳନା କରିଥିଲେ।
Related Posts
ମୋହନା, ଚାନ୍ଦିପୁଟ, ଚନ୍ଦ୍ରଗିରି, ଆର,ଉଦୟଗିରି,ଓ ନୁଆଗଡ କାଉଡିଆଙ୍କ ଜଳାଭିଷେକ
ମୋହନା, ଚାନ୍ଦିପୁଟ, ଚନ୍ଦ୍ରଗିରି, ଆର,ଉଦୟଗିରି,ଓ ନୁଆଗଡ କାଉଡିଆଙ୍କ ଜଳାଭିଷେକ ଆର,ଉଦୟଗିରି (ମନୋଜ କୁମାର ପାଢୀ): ଶ୍ରାବଣ ମାସ ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ରେ ବୋଲବମ…
ସୀତାକୁଣ୍ଡ ଜଳପ୍ରପାତରେ ଦୁର୍ଘଟଣା: ପିକନିକ ସମୟରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକରେ ଭଦ୍ରକ ଅଞ୍ଚଳ
ସୀତାକୁଣ୍ଡ ଜଳପ୍ରପାତରେ ଦୁର୍ଘଟଣା: ପିକନିକ ସମୟରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକରେ ଭଦ୍ରକ ଅଞ୍ଚଳ ବାରିପଦା | ୨୬/୧୨/୨୦୨୫ (Info Media)ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ…
ମାଲକାନଗିରିରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍ ଡ୍ରାଇଭରକୁ ଗିରଫ
ମାଲକାନଗିରିରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ । ସାଙ୍ଗର ଜନ୍ମଦିନ…
