ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ପରେ ମନ୍ତ୍ରୀ ବିଭୂତି ଜେନାଙ୍କ ଗଜପତି ଜିଲ୍ଲା ଗସ୍ତ ।

ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ପରେ ମନ୍ତ୍ରୀ ବିଭୂତି ଜେନାଙ୍କ ଗଜପତି ଜିଲ୍ଲା ଗସ୍ତ ।
Spread the love

ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ପରେ ମନ୍ତ୍ରୀ ବିଭୂତି ଜେନାଙ୍କ ଗଜପତି ଜିଲ୍ଲା ଗସ୍ତ ।

ଗଜପତି(ମନୋଜ ପାଢୀ)ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ବର୍ଷା ପାଣି ପଶି କେଉଁଠି ଭୁସ୍କଳନ ଘଟି ଜୀବନ ଗଲା ତ କେଉଁଠି ଫସଲ ନଷ୍ଟ ହୋଇ ଯାଇଛି। ଯାହାକୁ ନେଇ ଗତ କାଲି ଠାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ହୋଇ ଥିବା ବେଳେ ରାତ୍ର ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇ ଥିଲା। ଆଜି ସକାଳୁ ପୁଣି ଓଡରଫ ଟିମ ଅଗ୍ନିଶମ ଯବାନ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ। ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ପୁଣି ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଆରମ୍ଭ କରିଛି ।