ଗୋପାଳ ପଣ୍ଡାଙ୍କ ନବରଙ୍ଗପୁର ବ୍ଲକର ଏବିଡିଓ ରୂପେ ପଦୋନ୍ନତି

ଗୋପାଳ ପଣ୍ଡାଙ୍କ ନବରଙ୍ଗପୁର ବ୍ଲକର ଏବିଡିଓ ରୂପେ ପଦୋନ୍ନତି
Spread the love

ଗୋପାଳ ପଣ୍ଡାଙ୍କ ନବରଙ୍ଗପୁର ବ୍ଲକର ଏବିଡିଓ ରୂପେ ପଦୋନ୍ନତି

ରାଯଗଡ଼(ଅମୁଲ୍ୟ ନିଶଙ୍କ ) : ତା ୨୫.୯.୨୦୨୫ଗୋପାଳ ପଣ୍ଡାଙ୍କୁ ନବରଙ୍ଗପୁର ସଦର ବ୍ଲକର ଏବିଡିଓ ରୂପେ ପଦୋନ୍ନତି ମିଳିଛି । ପଞ୍ଚାୟତିରାଜ ବିଭାଗ ପତ୍ରସଂଖ୍ୟା ୨୬୮୦୭ ତା ୨୩.୯.୨୦୨୫ ଅନୁସାରେ ତାଙ୍କୁ ପଦୋନ୍ନତି ମିଳିଛି । ୨୦୧୭ ମେ ମାସ ୨୦ ତାରିଖରେ ଅନୁଷ୍ଠିତ ପ୍ରଗତି ସହାୟକ ଓ ଜିପିଡିଓଙ୍କ ନିଯୁକ୍ତି ପ୍ରକ୍ରିୟାରେ ଓଡିଶାରେ ପ୍ରଥମ ସ୍ଥାନ ପାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ହାତରୁ ନିଯୁକ୍ତିପତ୍ର ପାଇବାପରେ ରାୟଗଡ ସଦର ବ୍ଲକରେ ପ୍ରଗତି ସହାୟକ ରୂପେ ଅବସ୍ଥାପିତ ଥିଲେ । ଦିର୍ଘ ବର୍ଷ ରାୟଗଡ ବ୍ଲକରେ ବିଭିନ୍ନ ସମୟରେ ଜିପିଡିଓ, ସାମାଜିକ ସୁରକ୍ଷା ଅଧିକାରୀ, ମଙ୍ଗଳ ଅଧିକାରୀ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଦାୟିତ୍ବ ନିର୍ବାହ କରିବା ସହ ୨୦୨୨ ପଞ୍ଚାୟତ ନିର୍ବାଚନ ଓ ୨୦୨୪ ମସିହା ସାଧାରଣ ନିର୍ବାଚନରେ ନିଜର କର୍ତ୍ତବ୍ଯ ସୁଚାରୁରୂପେ ନିର୍ବାହ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର, ସହଯୋଗ ମନୋବୃତ୍ତି ଯୋଗୁଁ ସମସ୍ତ ସହକର୍ମଚାରୀ ଓ ରାୟଗଡବାସୀଙ୍କ ଅତି ଆପଣାର ହୋଇପାରିଥିଲେ ।
ଶ୍ରୀପଣ୍ଡା ବିଦାୟକାଳୀନ ବକ୍ତବ୍ଯରେ କର୍ତ୍ତବ୍ୟପରାୟଣ ହେବା ସହ ସର୍ବଦା ଲୋକଙ୍କ ପ୍ରତି ସମ୍ବେଦନଶୀଳ ଓ ସହଯୋଗୀ ମନୋବୃତ୍ତିରେ କାର୍ଯ୍ୟକଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ କରିପାରିବେ ବୋଲି କହିଥିଲେ । ବିଦାୟକାଳୀନ ସଭାରେ ବିଡିଓ ସୁଜିତ ମିଶ୍ର, ବିଭାଗୀୟ ଅଧିକାରୀ ରାଜକିଶୋର ଦାଶ,ଶିକ୍ଷକ ନୀଳାଞ୍ଚଳ ମିଶ୍ର ସମେତ ସମସ୍ତ ବ୍ଲକ କର୍ମକର୍ତ୍ତା, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ ଶ୍ରୀପଣ୍ଡାଙ୍କ ଗୁଣଗାନ କରିବା ସହ ତାଙ୍କ ବିଦାୟରେ ଗଭୀର ଦୁଃଖ ପ୍ରକାଶ କରିଥିଲେ।