ଓଡିଶା ରାଜସ୍ବ ଅମଲା ସଂଘ ନବମ ଦିନରେ ପହଞ୍ଚିଲା ଆନ୍ଦୋଳନ

ନବମ ଦିନରେ ପହଞ୍ଚିଲା ରାଜସ୍ୱ ବିଭାଗ କାର୍ଯ୍ୟରତ ରାଜସ୍ୱ ସହାୟକଙ୍କ ଆନ୍ଦୋଳନ ସ୍ଥଳ ରେ ଜ଼ିଲ୍ଲା ବିଜେପି ସଭାପତି ମୂଳ ଦରମା ଓ ଲେବୁଲ – ୯ ଦାବିରେ ଯାଜପୁର ରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକମାନେ ସମୂହ ଛୁଟିରେ।

ରାୟଗଡା ( ଅମୁଲ୍ୟ ନିଶଙ୍କ ) ଓଡିଶା ରାଜସ୍ବ ଅମଲା ସଂଘ ରାୟଗଡା ଶାଖା ଆନୁକୂଲ୍ୟରେ କାର୍ଯ୍ୟରତ କନିଷ୍ଠ ସହାୟକ ମାନେ ମୂଳ ଦରମା ଓ ଲେବୁଲ – ୯ ପ୍ରଦାନ ,ନୂତନ ପଦବୀ ସ୍ରୁଷ୍ଟି, ପଦବୀ ଗୁଡିକ ପୁନର୍ଗଠନ ,କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଯୋଗ୍ୟତା ଭିତରେ ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଦି ଦଶ ଦଫା ଦାବିରେ ତା୧୧/୦୮/୨୦୨୫ ରିଖ ସୋମବାର ଠାରୁ ସମୂହ ଛୁଟି ନେଇ ରାୟଗଡା ଅମଲା ସଂଘ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଦେଖାଯାଇଛି । ଫଳରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାମ ଠପ ହୋଇ ପଡିଛି।ନବମ ଦିନରେ ପହଞ୍ଚି ଥିବା ଏମାନଙ୍କ ଦାବି ପ୍ରତି ରାଜସ୍ୱ ବିଭାଗ କି ଓଡିଶା ସରକାର ଙ୍କ କୌଣସି ତତ୍ପରତା ପ୍ରକାଶ ନଥିବା ଭଳି ମନେହେଉଛି।ଫଳରେ ଜନସାଧାରଣଙ୍କର କୌଣସି କାର୍ଯ୍ୟ ନହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l

ରାୟଗଡା ଅମଲା ସଂଘ ସଭାପତି ମସନୋଜ କୁମାର ରଥ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଜେ ତୁରନ୍ତ ରାଜ୍ୟ ସରକାର ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କ ଦାବି ପୁରଣ କରିବା ଦିଗରେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି l ସେ ପୁଣି କହିଛନ୍ତି ଜେ ଆମର ଧାରଣା ପାଇଁ ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହା ଆମକୁ ବାଧୁଛି କଣ କରିବୁ ଆମର ହକ ପାଇଁ ଆମେ ଲଡ଼ୁଛୁ l ସରକାର ଆମର ନ୍ୟାର୍ଯ୍ୟ ଦାବୀ ସମୂହ କୁ ମାନିଲା ପରେ ଅନେକ କାର୍ଯ୍ୟ ରେ ଯୋଗଦାନ କରି ଜନସାଧାରଣ ଯେଉଁ ଅସୁବିଧା ହୋଇଛି ତାହାକୁ ଆମେ ଦିନ ରାତି କାମ କରି ଶେଷ କରିବୁ କହିଥିଲେ l ଆଜି ରାଜସ୍ୱ ଅମଲା ସଙ୍ଗ ଅଫିସ କୁ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ପହଂଚି ଆନ୍ଦୋଳନ ରତ କର୍ମଚାରୀ ଙ୍କୁ ଆଶ୍ୱାସନା ଦେଇ କହିଲେ ଜେ ଆପଣ ମାନେ ଆପଣଙ୍କ ହକ ପାଇଁ ଲଡ଼ୁଛନ୍ତି ତାହା ସ୍ୱାଗତ ଯୋଗ୍ୟ ମୁଁ ମଧ୍ୟ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଙ୍କ ସହିତ ଆପଣଙ୍କ ଦାବୀ ପ୍ରତି ଦୃଷ୍ଟି ଆକର୍ଷଣ କରି ଦାବୀ ପୂରଣ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଦେଇଥିଲେ l ରାୟଗଡା ଜ଼ିଲ୍ଲା ଅମଲା ସଂଘ ର ସଭାପତି ମନୋଜ କୁମାର ରଥ, ସମ୍ପାଦକ ଅଜୟ ନାହାକ, ଉପସଭାପତି ରବି ପଟ୍ଟଯୋଶୀ ରାୟଗଡା ଓ ଉପସଭାପତି ବଳରାମ ଭୂୟାଁ ଗୁଣୁପୁର, ଯୁଗ୍ମ ସମ୍ପାଦକ ବବିତା ପଣ୍ଡା ଓ କୋଷାଧକ୍ଷ ଗଦାଧର ପାତ୍ର ଙ୍କ ସହିତ ଶତାଧିକ ମୋହିଲା ଓ ପୁରୁଷ ରାଜସ୍ୱ ସହାୟକ ମାନେ ଅମଲା ସଂଘ ର ଦାବୀ ପତ୍ର ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କୁ ପ୍ରଦାନ କରିବା ସହିତ ଓଡିଶା ସରକାର ଙ୍କ ସହିତ ଆଲୋଚନା କରି ଦାବିପୂରଣ ନିମନ୍ତେ କହିଥିଲେ l

Leave a Reply

Your email address will not be published. Required fields are marked *