ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଉନ୍ନୟନ ସମୀକ୍ଷା ବୈଠକ ।ଗଜପତି (ମନୋଜ ପାଢୀ) ଆଜି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ମାନ୍ୟବରମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟକୁ ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗାରାଜୁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ। ମାନ୍ୟବର ମନ୍ତ୍ରୀ କହିଥିଲେ ଗଜପତି ଜିଲ୍ଲାକୁ ବିକାଶ କ୍ଷେତ୍ରରେ ଆଗେଇ ନେବାକୁ ହେଲେ ଜିଲ୍ଲାବାସୀ, ସମସ୍ତ ଜପ୍ରତିନିଧି ଓ ଜିଲ୍ଲାର ସମସ୍ତ ପଦାଧିକାରୀ ଗୋଟିଏ ଟିମ ହୋଇ କାମ କଲେ ଜିଲ୍ଲା ସମସ୍ତ କ୍ଷେତ୍ରରେ ବିକାଶ ହୋଇପାରିବ। ସେହିପରି ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ଉତ୍ପାଦିତ ହେଉଥିବା ବିଭିନ୍ନ କୃଷୀଜାତ ଦ୍ରବ୍ଯ ସିଧାସଳଖ ଲୋକମାନଙ୍କ ପାକରେ ପହଞ୍ଚାଇ ପାରିଲେ ମାଆ ମାନଙ୍କର ଆର୍ଥିକ ବିକାଶ ହୋଇ ପାରିବ ।

ଏଣୁ ଆଗାମୀ ସମୟରେ ଗଜପତି ଜିଲ୍ଲା ଏକ ଉତ୍କୃଷ୍ଟ ଜିଲ୍ଲା ରୂପେ ପରିଗଣିତ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି। ସେହିପରି ସଂପୂର୍ଣ୍ଣତା ଅଭିଯାନରେ ଗଜପତି ଜିଲ୍ଲା ୩ ଟି ପଦକ ହାସଲ କରିଛି। ଏହାର ଶ୍ରେୟ ଜିଲ୍ଲା ବାସୀଙ୍କର । ସମସ୍ତଙ୍କ ମିଳିତ ସହଭାଗିତାରେ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ମଧ୍ୟ ଆମେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢ଼ି ତୋଳିବାକୁ ସଂକଳ୍ପ ନେବାକୁ ହେବ ଏବଂ ସମସ୍ତେ ମିଳିମିଶି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିଲେ ଗଜପତି ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ।ସୂଚନା ଥାଉ କି ଆକାଂକ୍ଷା ହାଟ ୭ ଦିନ ପର୍ଯ୍ୟନ୍ତ ରହିବ। ଏହି ହାଟ ମାଧ୍ୟମରେ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ଯ ଗୁଡ଼ିକୁ ବ୍ରାଣ୍ଡିଂ କରି ଅନଲାଇନ ପ୍ଲାଟଫର୍ମରେ ସାମିଲ୍ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କର ଆର୍ଥିକ ବିକାଶ ହେବ । ଏହି ହାଟରେ ବିଭିନ୍ନ ପ୍ରକାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦ୍ରବ୍ୟର ବିକ୍ରି ବଟା କରିବେ। ନୀତି ଆୟୋଗ ଅଧୀନରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଳକ୍ କାର୍ଯ୍ୟକ୍ରମରେ ୬ ଗୋଟି ବର୍ଗରେ ସଫଳତା ମିଳିଛି। ଗଜପତି ଜିଲ୍ଲା ସ୍ତରରେ ଆକାଂକ୍ଷୀ ବ୍ଲକ୍ ଭାବେ ଆର.ଉଦୟଗିରି ଓ ଗୁମ୍ମା ବ୍ଲକକୁ ୩୦ ଗୋଟି ଲେଖାଏଁ ପଦକ ମିଳିଛି। ସମଗ୍ର ଦେଶରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ବିରଳ କୃତିତ୍ୱ ହାସଲ କରିବାରେ ଗଜପତି ଏକମାତ୍ର ଜିଲ୍ଲା ଅଟେ। ଆକାଂକ୍ଷୀ ଜିଲ୍ଲା ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ୯ ରୁ ୧୧ ବର୍ଷର ଶିଶୁଙ୍କ ଟୀକାକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ , ବିଦ୍ୟୁତ୍ ସଂଯୋଗୀକରଣ ଓ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନରେ କରାଯାଇଛି। ସେହିପରି ଆକାଂକ୍ଷୀ ବ୍ଲକ୍ ଅଧୀନରେ ମଧୁମେହ ରୋଗୀ ଚିହ୍ନଟ, ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟା, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପୂର୍ଣ୍ଣ ଚଳନ ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି। ସେହିପରି ଗୁମ୍ମା ଓ ଆର.ଉଦୟଗିରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସିଡିପିଓ ଓ ଅନ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଏହି ଦୁଇ ଗୋଟି ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ, ଆଶା, କୃଷକ ସାଥି, ସିଆରପିସିଏମ ଓ ଏମବିକେଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଥ୍ବୀରାଜ ମଣ୍ଡଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପରେ ପରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷାଠରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗ୍ରାମୀଣ ଗୃହ ନିର୍ମାଣ ବିଭାଗ, ସ୍ବାସ୍ଥ୍ୟ, ଶିକ୍ଷା ,ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ , ଯୋଗାଣ ବିଭାଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ, ଜଙ୍ଗଳ ଓ ପରିବେଶ, କୃଷି, ରାସ୍ତା ଓ କଠାବଡି ବିଭାଗ ଉପରେ ସମିକ୍ଷା କରଯାଇଥିଲା । ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ କହିଥିଲେ ଜିଲ୍ଲାକୁ ଉନ୍ନତି ଦିଗରେ ନେବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ। ସେହିପରି ଚାଲୁ ରହିଥିବା କର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ବିଭାଗୀୟ ଅଧିକାରୀ ମାନକୁ ନିର୍ଦ୍ଧେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା,ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କେ.ନାଗାରାଜୁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା,ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହନେଗା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନ ଉପସ୍ଥିତ ଥିଲେ।

By admin

Leave a Reply

Your email address will not be published. Required fields are marked *