ରାମନାଗୁଡା ବ୍ଲକ ଗସ୍ତରେ ଶାସନ ସଚିବ: ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା.
ରାୟଗଡ :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଏନ ତିରୁମୁଲା ନାଏକ ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବଙ୍କ ଏହି ଗସ୍ତ ସମୟରେ ପ୍ରଥମେ କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ସ୍ଥାନୀୟ ସରପଞ୍ଚ,ବାସିନ୍ଦା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।ଏହା ପରେ ରାମନାଗୁଡା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ର ଭିତ୍ତିଭୂମି , ଇ ଲାଇବ୍ରେରୀ,ଛାତ୍ର ଛାତ୍ରୀ ଙ୍କ ଆର୍ଚେରୀ କୌଶଳ ଦେଖି ଖୁସି ବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ କ୍ରୀଡ଼ା ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ଏହା ପରେ ବ୍ଲକ ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗ ମିଳିତ ସହାୟତାରେ ଖାମ୍ବାଗୁଡ଼ା ମା ଘଟଗାଁ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ଗୋଲାପ ଚାଷ ବୁଲି ଦେଖିଥିଲେ ।ଗୋଲାପ ଚାଷ ଓ ଏହାର ବିକ୍ରିବଟା ନେଇ ସ୍ଥାନୀୟ ସଦସ୍ୟା ଙ୍କ ସହ ଆଲୋଚନା କରିଥିଲେ ।ଏହା ପରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ପାଳ ଛତୁ ଚାଷ ୟୁନିଟ କୁ ଉଦଘାଟନ କରିବା ସହ ନିଜେ ଏକ ଛତୁ ବେଡ୍ ପ୍ରସ୍ତୁତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।ସଚିବଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ,ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ,ପ୍ରକଳ୍ପ ପ୍ରଶାସକ ଅଜୟ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ,ଜିଲ୍ଲା ଶିକ୍ଷାଅଧିକାରୀ ଭଜନ ଲାଲ ମାଝୀ ଙ୍କ ସମେତ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଗସ୍ତ ସମୟରେ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନିକ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।ସଚିବଙ୍କ ଏହି ଗସ୍ତ ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ଗତିଶୀଳତା ଆସିବ ବୋଲି ଆଶା କରାଯାଉଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
