ରାୟଗଡ଼ା ଟ୍ରକ ମାଲିକ ଆସୋସିଏସନ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ କଳା ସାମ୍ରାଜ୍ୟ ର ଗୁମର ଖୋଲିଲା

ରାୟଗଡ଼ା ଟ୍ରକ ମାଲିକ ଆସୋସିଏସନ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ କଳା ସାମ୍ରାଜ୍ୟ ର ଗୁମର ଖୋଲିଲା

ରାୟଗଡ଼ ତା ୦୧/୦୮/୨୫ ରାୟଗଡ ଟ୍ରକ ମାଲିକ ସଂଘ ର ମାଲିକଙ୍କ ୩୭ ବର୍ଷରେ କଲ୍ୟାଣ ପାଣ୍ଠି ଟଙ୍କା ହଡପ ନେଇ ଦୀର୍ଘ ତିନି ବର୍ଷ ହେଲା ମାଲିକ ଓ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଏନ ଭାସ୍କର ରାଓ ଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି l ଆଜି ରାୟଗଡ଼ ଟ୍ରକ ମାଲିକ ସଂଘ ତରଫରୁ ଏକ ପ୍ରେସମିଟ ରାୟଗଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜନ କରା ଯାଇଥିଲା । ସୂଚନା ମୁତାବକ ଏହି ଟ୍ରକ୍ ଆସୋସିଏସନ୍ ବହୁ ପୁରୁଣା ହୋଇଥିଲେ ସୁଦ୍ଧା ୨୦୨୦ ରେ ଏହାର ପଞ୍ଜିକରଣ ହୋଇଥିଲା ଏବଂ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ଏହି ସଂଘର ସଭାପତି ଦାୟିତ୍ଵ ମନ୍ମଧ ରାଓ ସମ୍ଭାଳିଥିବା ବେଳେ ୨୦୨୩ ରୁ ଏଯାବତ୍ ୟେଲ୍ଲା ଭେଙ୍କେଟେଶ୍ୱର୍ ରାଓ ଓରଫ କୋଣ୍ଡା ବାବୁ ତୁଲାଉଛନ୍ତି ଯାହାକି ଏହି lଦୁଇବର୍ଷ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ୨ କୋଟି ଟଙ୍କା ଆଦାୟ କରାଯାଇ ଟ୍ରକ ମାଲିକ ସଙ୍ଘ ଇତିହାସ ରେ ପ୍ରଥମ କରି 1 ଲକ୍ଷ 65 ହଜାର ଟଙ୍କା ଆୟକର ପ୍ରଦାନ କରାଯାଇଛି ବୋଲି କୋଣ୍ଡା ବାବୁ କହିଥିଲେ l ପୂର୍ବ ବର୍ଷର ଅର୍ଥ କୁଆଡେ ଗଲା ବୋଲି ସଙ୍ଘ ତରଫରୁ ପ୍ରଶ୍ନ ହେଉଛି । ଯାହାକୁ ନେଇ ଗତ ଜୁଲାଇ ମାସ ୨୩ ତାରିଖରେ ରାୟଗଡ଼ ଟ୍ରକ ମାଲିକ ସଂଘ ତରଫରୁ ରାୟଗଡ଼ ଥାନାରେ ଏକ ଏତଲା ଏହାର ପୂର୍ବତନ ସଭାପତି ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବିଜେଡି ନେତା ଏନ ଭାସ୍କର ରାଓଙ୍କ , ମନ୍ମଧ ରାଓଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିବା ବେଳେ ଉକ୍ତ ଏତଲାରେ ସଂଘର ସଭାପତି ଭାବେ ଏନ ଭାସ୍କର ରାଓ ୩୭ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିବା ବେଳେ ସେହି ସମୟର ହିସାବ ଦେବା ନେଇ ଦାବି କରିବା ସହ ବହୁ ଅର୍ଥ ହେରାଫେରି ହୋଇଥିବା ସହ କୌଣସି ନଥିପତ୍ର ରଖିନଥିବା ଯୋଗୁଁ ଏହାର ତଦନ୍ତ କରିବା ନିମନ୍ତେ ଏହି ପ୍ରେସମିଟ ରଖାଯାଇଥିବା ସୂଚନା ଦିଆଯାଇଥିଲା । ଉକ୍ତ ଘଟଣାକୁ ନେଇ ଆଜି ସଂଘର ସଭାପତି ୟେଲ୍ଲା ଭେଙ୍କେଟେଶ୍ଵର ରାଓ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରେସ ମିଟ ଗଣମାଧ୍ୟମ ପ୍ରତିନିଧିଙ୍କୁଦେଇଥିଲେ । ଭାସ୍କରରାଓ ୟୁନିଅନ ଟଙ୍କାକୁ ନିଜ ଜମାଖାତାରେ ନେଉଥିବା ଭଳସଂଗୀନ ଅଭିଯୋଗ ମଧ୍ୟ ଆସିଛି .ଏହି ଅବସରରେ ତାଙ୍କ ଆସୋସିଏସନର ଚାର୍ଟାଡ ଆକାଉଣ୍ଟାଣ୍ଟ ଜି ପୃଥ୍ବୀରାଜ ବିସ୍ତ୍ରୁତ ଭାବେ ଭାସ୍କର ରାଓ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁ ରେ ଅନେକ ଗୁଡିଏ କମ୍ପାନୀ ରହିଥିବା ବେଳେ କିଛି ବେନାମୀ କମ୍ପାନୀ ସୃଷ୍ଟି କରି ଏହି ଟ୍ରକ ଆସୋସିଏସନର ଅର୍ଥ ହଡପ କରିଥିବା ଭଳି ସଙ୍ଗିନ ଅଭିଯୋଗ ଉପସ୍ଥାପନ କରିଛନ୍ତି । ପୃଥ୍ବୀରାଜ କହିବାନୁଯାୟୀ ଭାସ୍କର ନିଜ ପୁଅ ନକେଟି ଚୈତନ୍ୟ ନାଁ ରେ ୭ଟି କମ୍ପାନୀ କରିଥିବା ବେଳେ ନିଜ ସ୍ତ୍ରୀ ନକେଟି ଚାମୁଣ୍ଡେଶ୍ଵରୀ ନାଁ ରେ ଦୁଇଟି ଓ ନିଜ ବୋହୁ ନାଁ ରେ ୨ଟି କମ୍ପାନୀ କରି ନିଜର ଶହ ଶହ
କୋଟି ଟଙ୍କା ଭାସ୍କର ବିନିଯୋଗ କରିଥିବା କହିଛନ୍ତି । ଏହା ସହ ୪ଟି ବେନାମୀ କମ୍ପାନୀ କରି ମଧ୍ୟ ବିଭିନ୍ନ ସମୟରେ ଲୋକଙ୍କ ସମ୍ପତ୍ତି ହଡପ କରିଥିବା ଭଳି ଅଭିଯୋଗ ଏହି ପ୍ରେସ ମିଟରେ ଉପସ୍ଥାପନ କରିଥିଲେ । ଏହା ସହ ଭାସ୍କର ଯେଉଁ ଆଦିତ୍ୟ ଲୋଜିଷ୍ଟିକ ନାମକ କମ୍ପାନୀ ୨୦୦୭ ମସିହାରେ ଆରମ୍ଭ କରିଥିଲେ ସେତେବେଳେ ଉକ୍ତ କମ୍ପାନୀରେ ୬୦ ଲକ୍ଷ ବିନଯୋଗ କରି ଲାଭାଂଶ ୩ ଲକ୍ଷ ୯୮ ହଜାର ୩୮୯ ଟଙ୍କା ବୋଲି ଦର୍ଶାଇଥିବା ବେଳେ ଆଜି ଏହାର ବିନିଯୋଗ ପ୍ରାୟ ୧୪୦ କୋଟିରୁ ଉର୍ଦ୍ଧ୍ଵ କେମିତି ହେଲା ଓ ଏହି ଅର୍ଥ ସେ କେଉଁଠାରୁ ଆଣି ବିନଯୋଗ କରି ନିଜର ଏହି କଳା ସାମ୍ରାଜ୍ୟ ଏହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି। ଏହା ସହ ତାଙ୍କର ୫ ଶହ ଏକରରୁ ଉର୍ଦ୍ଧ୍ଵ ଜମି କାରବାର ହୋଇଥିବା ବେଳେ ଏହାର ତଦନ୍ତ ମଧ୍ୟ ହେବା ଦରକାର ବୋଲି କହିଛନ୍ତି । ଏହା ସହ ରାୟଗଡ଼ ଟ୍ରକ ଆସୋସିଏସନରେ ବାହାର ମାଲିକ ଯୋଗ ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରାଥମିକ ସଦସ୍ୟ ରାଶି ଦେବାକୁ ପଡିଥାଏ ଓ ଯାହାର ଅର୍ଥ ରାଶି ସଂଘ ର ଜମା ଖାତାକୁ ଯାଇଥାଏ କିନ୍ତୁ ୨୦୦୭ ରୁ ୨୦୧୩ ମଧ୍ୟରେ ଅନେକ କମ୍ପାନୀ ଏହିଭଳି ସଦସ୍ୟ ଗ୍ରହଣ କରି ଏହାର ଅର୍ଥ ରାଶି ସିଧାସଳଖ ଭାସ୍କରଙ୍କ ଜମାଖାତାରେ ଡିପୋଜିଟ ହୋଇଥିବା ନେଇ ଯାହାର ପ୍ରମାଣ ନଥିପତ୍ର ଥିବା ଉଲ୍ଲେଖ କରିଥିଲେ ।
ଟ୍ରକ ୟୁନିଅନ ମାଲିକ ଙ୍କ ଠାରୁ ମାଓବାଦୀ ଙ୍କ ନାଁ ରେ ଟଙ୍କା ଆଦାୟ କରୁଥିଲେ ତାହା କାହାକୁ ଦେଉଥିଲେ ନା ନାହିଁ ତାହା ମଧ୍ୟ୍ୟ ସନ୍ଦେହ ଘେରରେ ବୋଲି କହିଥିଲେ କୋଣ୍ଡା ବାବୁ l
ଏଭଳି ଅନେକ ଅର୍ଥ ହେରଫେର ହୋଇଥିବା କହୁଥିବା ବେଳେ ସମସ୍ତ ଅନିୟମିତତାର ପ୍ରମାଣ ଆମ ପାଖରେ ସରକାରୀ ଦସ୍ତାବିଜ ଭାବେ ଥିବା କହିଛନ୍ତି । ଯାହାକି ଉକ୍ତ ପ୍ରମାଣ ଗୁଡିକ ଆଜି ସନ୍ଧ୍ୟାରେ ରାୟଗଡ଼ ଥାନାରେ ଦିଆଯିବ ଓ ଏହି ଘଟଣାରେ କୋଟି କୋଟି ଟଙ୍କା ର ଅନିୟମିତତା ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏହି କେଶକୁ ଅର୍ଥନୈତିକ ଅପରାଧ ଶାଖା ଦ୍ଵାରା ଏହାର ତଦନ୍ତ କରାଯିବ ନେଇ ଦାବି କରାଯିବ ବୋଲି ରାୟଗଡ଼ ଟ୍ରକ ଆସୋସିଏସନ ରା ସଭାପତି ୟେଲ୍ଲା ଭେଙ୍କେଟେଶ୍ଵର ରାଓ କହିଛନ୍ତି । ଏହାର ନ୍ୟାୟ ସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ୬ଶହ ଟ୍ରକ ମାଲିକଙ୍କ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ପରିବାର ଲୋକେ ରାଜରାସ୍ତାକୁ ଆସିବା ସହ ଭାସ୍କରଙ୍କ ଘର ସାମ୍ନା କୁ ଯାଇ ଗଣ ତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବୁ ବୋଲି ଟ୍ରକ ମାଲିକ ଆଦୀନାରାୟଣ କହିଛନ୍ତି । ଘଟଣାକୁ ନେଇ ଇଓଡବ୍ଲୁ ତଦନ୍ତ ହେଲେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ଆଦିନାରାୟଣ ଙ୍କ ସମତେ ବହୁ କର୍ମକର୍ତା ଦାବିକରୁଛନ୍ତି l

Leave a Reply

Your email address will not be published. Required fields are marked *