କାମ କରି ଠିକାଦାରଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ।

ଆର,ଉଦୟଗିରି,(ମନୋଜ ପାଢୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଯାହାକି ଓଡିଶା ର ଦୃତୀୟ ବୃହତମ ବ୍ଲକ । 39 ପଂଚାୟତ କୁ ନେଇ ଗଠିତ ଏଠିକାର ପଂଚାୟତ ଗୁଡିକରେ ପ୍ରାୟତ ବସବାସ କରନ୍ତି ଆଦିବାସୀ ଲୋକେ । ପାହାଡ଼ ପର୍ବତ ଘେରା ରେ ରହି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି ଲୋକେ । ସରକାର ବଦଳିଲା କିନ୍ତୁ ଅଧିକାରୀ ଙ୍କ ମନୋଭାବ ବଦଳିନି ବଦଳି ନାହିଁ । ସରକାର ଗଠନ ଏକ ବର୍ଷ ପୂର୍ତ୍ତି ହେବାକୁ ଥିବା ବେଳେ ବିକାଶ ହୋଇପାରୁନି । ଗ୍ରାମ ଅଂଚଳ ରେ ବିକାଶ ପାଇଁ ଯୋଜନା ଉପରେ ଯୋଜନା ରହିଛି ।ଏହି ଯୋଜନା କୁ ଆଗେଇ ନେବାରେ ବ୍ଲକ ପ୍ରଶାସନ ର ଗୁରୁ ଦାୟିତ୍ୱ ରହିଛି । ଗ୍ରାମ ଗୁଡିକରେ ପାନୀୟ ଜଳ ଯୋଗାଣ ହେଉକିମ୍ବା ଅଙ୍ଗନବାଡି ଗୃହ ନିର୍ମାଣ ଠାରୁ ନେଇ ସ୍ୱାସ୍ଥ୍ୟ । ରାସ୍ତା ବିଦ୍ୟାଳୟ କୋଠା ନିର୍ମାଣ ଏହି ସବୁ କାମ ପାଇଁ ଠିକାଦାର ମାନେ ବାହାର ଜିଲ୍ଲା ରୁ ଆସି ଟେଣ୍ଡର ପାଇ କାମ ଆରମ୍ବ କରନ୍ତି। ତେବେ କାମ ସରିଥିଲେ ମଧ୍ୟ୍ୟ ବ୍ଲକ କାର୍ଯ୍ୟାଳୟରେ ଫାଇଲ ଖୋଲା ଯାଉନଥିବା ଅଭିଯୋଗ କରିଛନ୍ତି ଠିକାଦାର । ଯାହା ଦ୍ୱାରା ଠିକାଦାର ମାନେ ମୋହନା ବ୍ଲକ ରେ କାମ କରିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି । ଖବର କାଗଜ ପ୍ରସାରଣ ପାଇଁ ଗାଁ ଗହଳି ରେ ନଳକୂପ ଖାନନ କରି ଗାଁ କୁ ପାଣି ଯୋଗାଉଛନ୍ତି। କିନ୍ତୁ ବ୍ଲକକୁ ଆସି ନିରାଶ ହେlଇ ଫେରୁଛନ୍ତି ଠିକାଦାର। ଏପରିକି ଗୃହ ନିର୍ମାଣ କାମ ହେଉ କିମ୍ବା ଏନର୍ଜିଏସ କାମ କରି ମଧ୍ୟ୍ୟ ମାସ ମାସ ଧରି ବିଲ ହେଉନି କିନ୍ତୁ ମୋହନା ବ୍ଲକ ରେ ଠିକାଦାର କାମ କରିବାକୁ ଭୟ କରୁଛନ୍ତି l କାରଣ ଯନ୍ତ୍ରୀ ଠାରୁ କନିଷ୍ଟ ଯନ୍ତ୍ରୀ ମାନେ 15%ପ୍ରତିଶତ ପିସି ନେଉଥିବା ଅଭିଯୋଗ ହେଉଛି । ମୋହନା ବ୍ଲକ ରେ କିନ୍ତୁ ନୂତନ ସରକାର ଙ୍କ ଉନ୍ନତି କାମ ପ୍ରତି ଦୃଷ୍ଟି ଦେଉନହାନ୍ତି ବ୍ଲକ ପ୍ରଶାସନ । ଯାହାକାମ ଚାଲିଛି ପୂର୍ବ ସରକାର ଅମଳର। ଏଥିପ୍ରତି ସରକାର ଓ ପଂଚାୟତରାଜ ମନ୍ତ୍ରୀ ଦୃଷ୍ଟି ଦେଇ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ ଠାରୁ ନେଇ ଉପରସ୍ତ ଅଧିକାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଠିକାଦାର ମାନଙ୍କ ବକେୟା ବିଲ ପୈଠ କରିବା କୁ ଠିକାଦାର ମାନେ ଦାବି କରିଛନ୍ତି । ଏନେଇ ମୋହନା ବିଡ଼ିଓ ରାଜୀବ ଦାସ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ।

Leave a Reply

Your email address will not be published. Required fields are marked *