ଓଡ଼ିଆ ନବ ବର୍ଷ ବିଶୁବ ସଂକ୍ରାନ୍ତି ଆମ ଜାତୀୟ ଅସ୍ମିତାର ଦ୍ୟୋତକ : କଳାକାର ମହାସଂଘ
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ପବିତ୍ର ଓଡ଼ିଆ ନବ ବର୍ଷ ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁଙ୍କ ବାସଭବନ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଡ଼ା. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହା ବିଶୁବ ସଂକ୍ରାନ୍ତି ଆମ ଧର୍ମୀୟ ଚେତନା ଓ ଭାରତୀୟ ସଂସ୍କୃତିରେ ଏକ ପ୍ରମୁଖତା ବହନ କରୁଥିବା ଏବଂ ଓଡ଼ିଆ ନବ ବର୍ଷ ରୂପେ ପାଳନ କରାଯାଉଥିବା ହେତୁ ଆଜି ଜାତୀୟ ଅସ୍ମିତାର ପରିଚାୟକ ରୂପେ ଦଣ୍ଡାୟମାନ ବୋଲି ମତବ୍ୟକ୍ତ କରିବା ସହ ଜଗତ୍କଲ୍ୟାଣ କାମନା ପୂର୍ବକ ନବ ବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିଲେ। ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ସୁନାମଧନ୍ୟ ଶିକ୍ଷୟିତ୍ରୀ ଏନ୍. ସୁଜାତା ସାହୁ, ବରିଷ୍ଠ ସମାଜସେବୀ କୁରା ଗୌଡ଼, ବରିଷ୍ଠ ପ୍ରହଲ୍ଲାଦ ନାଟକ କଳାକାର ଦୀନବନ୍ଧୁ ପାତ୍ର ପ୍ରମୁଖ ଓଡ଼ିଆ ନବ ବର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
