ଟାମ୍ପରସରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଟାମ୍ପରସରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା ୧୧/୦୪/୨୫ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ,ଟାମ୍ପରସରା ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରେ ଟାମ୍ପରସରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାଜକିଶୋର ଛନ୍ଦ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଥିଲେ ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଲରମ୍ଭା ଶାଖା ର ଶାଖା ପ୍ରବନ୍ଧକ ପିଙ୍କୁ ମେହେର,ଅନ୍ଧାରୀପାଲି ପ୍ରଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ କନ୍ଧେର,ଗ୍ରାମ ର ଭଦ୍ରବ୍ୟକ୍ତି ଡ଼ୋଲାମଣୀ ମହାନନ୍ଦ, ବିଦ୍ୟାଳୟ ର ଚେୟାରମ୍ଯାନ ପ୍ରେମରାଜ ନାଏକ, ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ଧନମାଳି ଭୁଏ ସମ୍ମାନିତ ଅତିଥି ରୂପେ ଓ ହାସ୍ୟ କବି ତଥା ତବଡା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମୁନିରାମ କୁମ୍ଭାର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ l ଏହି ସଭା କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋହର ଦାଶ ସଭାପତିତ୍ଵ କରିଥିଲେ l ଏହି ଅବସରରେ ଶିକ୍ଷକ ତ୍ରିନାଥ କୁମ୍ଭାର ସଭା ପରିଚାଳନା କରିଥିଲେ ଏବଂ ଶିକ୍ଷକ ଅକ୍ଷୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ପୂର୍ବ ରୁ କରାଯାଇଥିବା ପ୍ରତିଯୋଗୀତା ଗୁଡିକ ର ପୁରସ୍କାର ବିତରଣ କରାଯାଇଥିଲା l ଏହି ସଭା ରେ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଜୟନ୍ତ ଦେହେରି,ମୁକୁନ୍ଦ ବେହେରା, ଶୁଭ୍ରାଂଶୁ ଶେଖର ସାହୁ, ଅନୁପମା ତାଣ୍ଡି, ସଙ୍ଗୀତା ରାଉତରାୟ,ବିଜୁଳି ସାହୁ, ସୁଜାତା ମହାନନ୍ଦ, କନିଷ୍ଠ ସହଯୋଗୀ ଅଭିଷେକ ବାରିକ ପ୍ରମୂଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *