କାର୍ ଓ ମୋଟରସାଇକେଲ ଧକ୍କା,୪ ଗୁରୁତର।
ହିଞ୍ଜିଳି ଥାନା ଅର୍ନ୍ତଗତ ସୋମପୁର ଛକରେ ଗତ ବୁଧବାର ବିଳମ୍ୱିତ ରାତିରେ କାର୍ ନଂ ଓ ଡି ୦୨ ବିଡ଼ି ସହ ମୋଟରସାଇକେଲ ନଂ ଓ ଆର୍ ୦୭ ଜେଡ୍ ୬୯୩୮ ଧକ୍କା ଫଳରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରେ କାର୍ ଚାଳକ ପି ଗଣେଶ ଓ ମୋଟରସାଇକେଲ ଚାଳକ ରାଜେଶ୍ ଦଳେଇ ସମେତ ଆରୋହୀ ରୁଦ୍ର ପ୍ରଧାନ ଓ ଦୀପକ୍ ପ୍ରଧାନ ବୋଲି ଜଣାପଡିଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ଉଭୟ ଗାଡ଼ି କୁ ଜବତ କରି ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
