ପରିମଳ ପଞ୍ଚାୟତ ରେ ଜାତୀୟ ସମ୍ବିଧାନ ଦିବସ ।
ଗଜପତି ୨୬/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକର ପରିମଳ ପଞ୍ଚାୟତ ପରିସର ମଧ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି। ପଞ୍ଚାୟତ ର ସରପଞ୍ଚ ଉମା ଶଙ୍କର କାର୍ଜି ଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମିତି ସଭ୍ୟା ସବିତା ରଇତ ଉପସ୍ଥିତ ଥିଲେ। ଜାତୀୟ ସମ୍ବିଧାନ ଦିବସ ଅବସରରେ ସମ୍ବିଧାନ ପ୍ରଣେତା ଡା. ବି.ଆର ଅମ୍ବେଦକର ଙ୍କ ଦ୍ଵାରା ଭାରତୀୟ ସମ୍ବିଧାନ ପ୍ରଣୟନ କରାଯାଇ ଥିବା ଐତିହାସିକକୁ ସ୍ମରଣ କରାଯାଇ ଥିଲା। ସମସ୍ତ ନାଗରିକ ଯେପରି କି ଜାତି, ଧର୍ମ,ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଆଇନ୍ ଅନୁଯାୟୀ ସମାନ ଅଧିକାର ସହ ନ୍ୟାୟ ପାଇବା ଯୋଗ୍ୟ ହୋଇପାରିବେ। ଭାରତୀୟ ସମ୍ବିଧାନ ହେଉଛି ଏକତା,ଅଖଣ୍ଡତା,ସମାନତା ସହ ସର୍ବଭୌମତା ଓ ସାମାଜିକ ନ୍ୟାୟର ମୂଳ ଆଧାର।
ଯେପରିକି ସମ୍ବିଧାନ ର ଆଦର୍ଶକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ସହ ଦୈନନ୍ଦିନ ଜୀବନରେ ଉପଯୋଗ କରିବା ସକାଶେ କୁହାଯାଇ ଥିଲା। କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ବିଭାଗର ସୁନେମୀ ଗମାଙ୍ଗ ଙ୍କ ସମେତ ପଞ୍ଚାୟତର ସମସ୍ତ ଆଶାକର୍ମୀ, ୱାର୍ଡ ମେମ୍ବର ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳୀ ପ୍ରସାଦ ସାହୁ ପରିଚାଳନା କରିଥିଲେ।
